August 19, 2026

ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍ ଭିତରେ ଥିଲେ ୪ ଜଣ

IMG-20230213-WA0013
Share

 

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା ଅନ୍ତର୍ଗତ ଓସୁପୁର୍ ଗୋପେଇ ପଣସୁଆ ପଡ଼ା ରାସ୍ତାର ବନ୍ଧୁମୁଣ୍ଡା ଠାରେ ଏହି ଘଟଣା ଘଟିଛି।

ହୁତୁହୁତୁହୋଇ ଜଳିଗଲା ଚଳନ୍ତା କାର୍। କାର ଭିତରେ ଥିଲେ ୪ ଜଣ। ତେବେ କୌଣସି ମତେ

କାର କୁ ରୋକି ୪ ଜଣ କାର୍‌ରୁ ଓହ୍ଲାଇ ଯିବାରୁ ସେମାନଙ୍କ ଜୀବନ ରକ୍ଷା ପାଇଯାଇଥିଲା।

ତିର୍ତ୍ତୋଲରୁ ଏହି ସ୍ବପ୍ନ କାର ଯୋଗେ ୪ ଜଣ

ନଡିଆ ବରେଇ ଗାଁକୁ ଭୋଜି ଖାଇବା ପାଇଁ ଯାଉଥିଲେ। ତେବେ ହଠାତ୍ ରାସ୍ତା ମଝିରେ ଗାଡି ଇଞ୍ଜିନରେ ନିଆଁ ଲାଗି ବ୍ୟାପୀ ଯିବାରୁ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ତେବେ

ସୌଭାଗ୍ୟକୁ କାର୍ ବ୍ରେକ୍ ମାରି ସମସ୍ତେ କାର୍‌ରୁ

ସୁରକ୍ଷିତ ଓହ୍ଲାଇ ଯିବାରେ ସକ୍ଷମ ହୋଇଥିଲେ।

ପରେ ଏହି କାର୍ ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ରିପୋର୍ଟ ଗୋକୁଳ ଆଚାର୍ଯ୍ୟ

You may have missed