April 25, 2026

୧୦ଦଫା ଦାବି ନେଇ ପାଚିକା ସହାୟିକାଙ୍କ ବୈଠକ ଅନୁଷ୍ଠିତ

IMG-20230213-WA0022
Share

 

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡା ହାଟପଦା ଠାରେ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ପାଚିକା ସହାୟିକା ମଜୁମଦାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଭାରତୀୟ ମଜଦୁର ସଂଘ ଅରୁଣ କୁମାର ଲେଙ୍କା,ବ୍ଲକ ସଂଯୋଜକ ସନ୍ତୋଷନୀ କଣ୍ଡାଗରୀ, ଓଡ଼ିଶା ରାଜ୍ୟ ଆଶା ସଂଘର ତମାଳ ସାହୁକାରଙ୍କ ଉପସ୍ଥିତରେ ଅପସରୀ ଶଶୁରଙ୍କୁ ପାଚିକା ସଂଘର ବ୍ଲକ ସଂପାଦକା ଭାବେ ଦାୟିତ୍ଵ ନେଇଥିଲେ। ଉକ୍ତ ବୈଠକରେ ୧୦ଦଫା ଦାବି ନେଇ ଏହି ପ୍ରସ୍ତୁତି ବୈଠକରେ ପାଚିକା ଓ ସହାୟିକା ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ମାସିକ ୧୦ହଜାର ଟଙ୍କା ପ୍ରଦାନ, ପାଚିକା ସହାୟିକାଙ୍କୁ ସ୍ଥାୟୀ କରିବା ସହ ବାର୍ଷିକ ୧୦ମାସ ପରିବର୍ତ୍ତେ ୧୨ମାସର ପ୍ରାପ୍ୟ ପ୍ରଦାନ, ସମସ୍ତ ପାଚିକା ସହାୟିକାଙ୍କୁ ବୀମାଭୁକ୍ତ କରିବା ସହ ଅବସରଭତ୍ତା ପ୍ରଦାନ ଓ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ବରଣ କରିବା ପରେ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ, ଦୀର୍ଘ ଦିନର ବକେୟା ରାଶି ପ୍ରଦାନ, ଛଟେଇ ପାଚିକା ସହାୟିକାଙ୍କୁ ପୁନଃ ନିଯୁକ୍ତି ପ୍ରଦାନ,ସମସ୍ତଙ୍କୁ ଇପିଏଫ,ଇସିଆଇସି ଲାଗୁ କରାଯିବା, ସାମାଜିକ ସୁରକ୍ଷା ପ୍ରଦାନ ବାର୍ଷିକ ୨ଟି ଶାଢ଼ୀ ପ୍ରଦାନ,ସରକାରୀ ମାନ୍ୟତା ସହ ପେନସନ ଲାଗୁ କରାଯିବା ନେଇ ଦାବି ଆଲୋଚନା ହୋଇଥିଲା।ଯଦି ସରକାର ଉପରୋକ୍ତ ଦାବି ପୂରଣ ନହେଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେ଼ଇ ହେବବୋଲି ସଂଘ ପକ୍ଷରୁ କୁହାଯାଇଛି।

ରିପୋର୍ଟ ରାକେଶ କୁମାର ବେହେରା