April 25, 2026

ସାଗରଗୁଆଁ ସେବା ସମବାୟ ସମିତି ଲିଃ ରେ ଧାନ ମଣ୍ଡି ଉଦଘାଟିତ

IMG-20260113-WA0076
Share

 

ବୋଲଗଡ଼,୧୩/୧(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ସେବା ସମବାୟ ସମିତି ଲିଃ ରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା। ସମବାୟ ସମିତି ର ସଭାପତି କୃଷ୍ଣ ଚନ୍ଦ୍ର ବାରିକ,ସମ୍ପାଦକ ପରମାନନ୍ଦ ମହାପାତ୍ର ସମେତ ଅତିଥି ମାନଙ୍କ ଦ୍ବାରା ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ଚେୟାରମ୍ୟାନଙ୍କ ବଡକୁମ୍ଭାରୀ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ, ସରପଞ୍ଚ ରମାମଣୀ ଦେଇ,ଶିକ୍ଷକ ନେତା ସୁମନ୍ତ ଛୋଟରାୟ,ବିଜୁ ଜନତା ଦଳର ସଭାପତି ସରୋଜ କୁମାର ଛୋଟରାୟ , ସମବାୟ ସମିତିର ଡାଏରକ୍ଟର ସଭ୍ୟବୃନ୍ଦ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଧାନ କିଣାର ଶୁଭାରମ୍ଭ କରିଥିଲେ। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚଳିତବର୍ଷ ଇନପୁଟ ସହାୟତା ରାଶି ପ୍ରଦାନ ପୂର୍ବକ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ବୋଲି ମତପୋଷଣ କରିବା ସହ ମଣ୍ଡିରେ ଚାଷୀମାନେ ଭଲ ଧାନ ଦେବାକୁ କହିଥିଲେ। ସମବାୟ ସମିତି ରେ ୭୫୧ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ୧୬୩ ଜଣ ଚାଷୀ ଙ୍କର ଟୋକନ ଆସିଛି। ଏହି ଶୁଭ ଉଦଘାଟନ ଅବସରରେ ୯ଜଣ ଚାଷୀଙ୍କ ଠାରୁ ୧୬୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଆରଏମସି ସନ୍ତୋଷ କୁମାର ପରମାଣିଆ ଓ ପଞ୍ଚାୟତର ସମସ୍ତ ଚାଷୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପର୍ଯ୍ୟାୟ କ୍ରମେ ସମସ୍ତ ଅଞ୍ଚଳରେ ଧାନ ସଂଗ୍ରହ କରାଯିବ ବୋଲି ସମବାୟ ପକ୍ଷରୁ କୁହାଯାଇଛି l

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed