ଜିଲ୍ଲା ସ୍ତରୀୟ ରାଜା ରାମଚନ୍ଦ୍ର ମର୍ଦରାଜ ଦେଓ ଙ୍କ ଜୟନ୍ତୀ ଉତ୍ସବ ପାଳିତ

ଛତ୍ରପୁର ତା ୧୩/୧/୨୬(ଅରୁଣ କୁମାର ପଣ୍ଡା )ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦରାଜ ଦେଓଙ୍କ ୧୨୭ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛଦ୍ମପୁର ଠାରେ ମହା ଆଡମ୍ବରରେ ପାଳନ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅତିଥି ମାନେ ରାଜା ରାମଚନ୍ଦ୍ରଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିବା ସହ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉପରେ ପ୍ରାରମ୍ଭିକ ସୂଚନାରେ ରାଜା ରାମଚନ୍ଦ୍ର ଜଣେ ଅତ୍ୟନ୍ତ ପ୍ରଜାନୁବସଚଳ ଓ ପ୍ରଗତିଶୀଳ ଚିନ୍ନାଧାରାର ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଗଞ୍ଜାମ ଏବଂ ଓଡିଶା ପାଇଁ ଅବଦାନ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ବଜ୍ରବ୍ୟରେ କହିଲେଯେ, ୧୯୨୧ ମସିହାରେ ରାଜା ରାମଚନ୍ଦ୍ର ମର୍ଦରାଜ ଖଲ୍ଲିକୋଟ ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିଥିଲେ । ୧୯୨୩ ମସିହାରେ ତତ୍କାଳୀନ ମାନ୍ଦ୍ରାଜ ଲୋକସଭାର ସଦସ୍ୟ ହେଲେ ଏବଂ ଅବହେଳିତ ଓଡିଶାବାସୀଙ୍କ ଉନ୍ନତିମୂଳକ କାର୍ଯ୍ୟରେ ମନୋନିବେଶ କଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ସେ ମନ ପ୍ରାଣ ଢାଳିଦେଇଥିଲେ । ମରୁଡି ମୁକାବିଲା, ଜଳସେଚନ ନିମନ୍ତେ ବନ୍ଧବାଡର ବ୍ୟବସ୍ଥା, ଗମନାଗମନ ନିମନ୍ତେ ଅନେକ ଯୋଲ ସେ ନିର୍ମାଣ କରାଇଥିଲେ । ୧୯୩୧ ମସିହାରେ ଓଡିଶା ସୀମା ନିର୍ଦ୍ଧାରଣ ପାଇଁ ସାର୍ ସାମୁଏଲ୍ ଓଡୋନେକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ରାଜା ରାମଚନ୍ଦ୍ର ମର୍ଦରାଜ ୧୯୩୨ ମସିହାରେ ତୃତୀୟ ଗୋଲଟେବୁଲ୍ ବୈଠକରେ ଯୋଗଦାନ କରି ଓଜୋନେଇ କମିଟି ସୁପାରିଶ୍ ଅସମିତୀନ ଓ ଅଚରୀ ସବ୍ କମିଟିର ସୁପାରିଶ୍ ଯଥାର୍ଥ ବୋଲି ଯୁକ୍ତି ଉପସ୍ଥାପନ ପୂର୍ବକ ସ୍ବତନ୍ତୁ ଓଡିଶା ପ୍ରଦେଶ ଗଠନ ହେଉ ବୋଲି ଦାବୀ ଉପସ୍ଥାପନ କରିଥିଲେ । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଥିଲା । ଓଡ଼ିଶାର ଏହି ମହାନ ବରପୁତ୍ର ଜନକଲ୍ୟାଣ ପାଇଁ କରିବା ଅନେକ କାର୍ଯ୍ୟ ପାଇଁ ଓଡିଶାବାସୀଙ୍କ ଜନମାନସରେ ସଦା ସ୍ମରଣୀୟ ହୋଇ ରହିଛନ୍ତି ବୋଲି ତାଙ୍କ ବଜ୍ରବ୍ୟରେ କହିଥିଲେ ।ଖଲ୍ଲିକୋଟ ବିଦ୍ୟାଳୟ ଓ ମହା ବିଦ୍ୟାଳୟକୁ ନିଜ ନାମରେ ନାମିତ ନ କରି ଖଲିକୋଟ ନାମରେ ନାମିତ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥୁରୁ ରାଜାଙ୍କ ମହାନତା ସମ୍ପର୍କରେ ସମସ୍ତେ ଅବଗତ ହେବା ଆଜିର ଦିନରେ ଆବଶ୍ୟକତା ରହିଛି ବୋଲି ସମ୍ମାନୀତ ଅଦିଷ୍ଟ ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଏ ବିଶ୍ବମର କହିଥିଲେ।ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ. ଭି ରାଜେନ୍ଦ୍ର ରାଜୁ ଯୋଗଦେଇ କହିଥିଲେ ଯେ, ରାଜା ରାମଚନ୍ଦ୍ର ମର୍ଦରାଜ କେବଳ ଦକ୍ଷିଣ ଓଡିଶା ବା ନିଜ ରାଜ୍ୟ ନୁହେଁ ସେ ପଡୋଶୀ ରାଜ୍ୟର ଉନ୍ନତି କଥା ମଧ୍ୟ ଚିନ୍ତା କରିଥିଲେ । ତାଙ୍କ ଭଳି ପୂଜା ମଙ୍ଗଳକାରୀ ରାଜା ଇତିହାସରେ ବିରଳ । ଗମନାଗମନ ନିମନ୍ତେ ବାହୁଦା, ଋଷିକୂଲ୍ୟା, ନାଗାବଳୀ, ବଂଶଧାରା ନଦୀ ଉପରେ ଅନେକ ପୋଲ ନିର୍ମାଣ କରାଇଥିଲେ । ତେଣୁ ତାଙ୍କୁ ବ୍ରିଜ ପ୍ରେସିଡେଣ୍ଟ ବୋଲି ମଧ୍ୟ କୁହାଯାଏ । ଓଡିଶାର ଶିକ୍ଷା, ସଂସ୍କୃତିକୁ ଆଗେଇ ନେବା ସହ ଓଡିଆ ଭାଷା ଆନ୍ଦୋଜନରେ ସାମିଲ ହୋଇ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଗୋଲ ଟେବୁଲ୍ ବୈଠକରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ । ତାଙ୍କ ମହାନତାକୁ ଓଡିଆ ଜାତି ସବୁଦିନ ମନେରଖିବ ।
ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ପ୍ରଭୀୟ ଓଡିଆ ବହୁତା ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଅମାନେ ପୁରସ୍କୃତ କରିଥିଲେ । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅକାରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
