April 25, 2026

ଆଇନଜୀବୀ ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

IMG-20260113-WA0070
Share

 

 

ବ୍ରହ୍ମପୁର: ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ୍ କରିଛନ୍ତି ଏସଡିଜେଏମ।

 

ମଳୟ ବିଷୋୟୀଙ୍କ ସମେତ ସୁନୀଲ ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, ଶିଶୁପାଳ କୁମାର ପାଶୱାନ ଓ କୁନ୍ଦନ କୁମାରଙ୍କ ଜାମିନ ଆବେଦନ ପିଟିସନ ଏସଡିଜେଏମ କୋର୍ଟରେ ଖାରଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ଓକିଲ କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଚକ୍ରପାଣି ନାହାକ ।

 

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣଙ୍କ ଜାମିନ ପାଇଁ ଆବେଦନ ହୋଇଥିଲା । ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ, ଦୀପକ ପଟ୍ଟନାୟକ, କୁମାର କାନ୍ତ ବେହେରା, କୈଳାସ ପଣ୍ଡା ମାମଲା ପରିଚାଳନା କରିଥିବା ବେଳେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି କାଳୀଚରଣ ମିଶ୍ର, ଅଭିନାଶ ପାଢ଼ୀ, ପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ ।

 

ପୋଲିସ ଦାଖଲ କରିଥିବା ସିଡିରେ ବିକ୍ରମ ପଣ୍ଡାଙ୍କ ନାମରେ ଆଉ ଦୁଇଟି ମାମଲା ଯୋଡ଼ିଥିବା କୁହାଯାଉଥିଲା । ଜେଲ୍ ଭିତରେ ରହି ବିକ୍ରମ, ପୀତବାସ ପଣ୍ଡାଙ୍କ ପରିବାରବର୍ଗଙ୍କୁ ଧମକ ଦେଉଥିବା ନେଇ ସିଡିରେ ଉଲ୍ଲେଖ କରିଥିଲା ପୋଲିସ । ଯାହାକୁ ନେଇ କୋର୍ଟରେ ମୁଦାଲାଙ୍କ ଓକିଲ ଏବଂ ସରକାରୀ ଓକିଲ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡିଥିଲା । ତେବେ ମଙ୍ଗଳବାର ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

You may have missed