ନୂଆ ରୁଟରେ ଚାଲିଲା ଲକ୍ଷ୍ମୀ ବସ

କୋଲନରା,(ସଞ୍ଜୀବ କୁମାର କଣ୍ଡା ଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ସହ ବ୍ଲକ ହେଡ଼ କ୍ଵାଟରକୁ ସଂଯୋଗ କରିଛି ଲକ୍ଷ୍ମୀ ବସ। ବିଭିନ୍ନ କାର୍ଯ୍ୟରେ ଲୋକେ କିପରି ସୁବିଧାରେ ଗାଁରୁ ପଞ୍ଚାୟତ ଓ ବ୍ଲକ ରେ ପହଂଚି ନିଜ ନିଜର ଆବଶ୍ୟକତା ପୂରଣ କରି ପାରିବେ ତାହାକୁ ନେଇ ଏହି ଯୋଜନା କରିଥିଲେ ସରକାର। ସେହିପରି ଅନେକ ଗାଁ କୁ ଏହି ବସ ସେବା ପହଂଚି ପାରି ନଥିବା ବେଳେ, ଏବେ ଯୋଡି ହୋଇଛି ୮ ଟି ଗାଁ। ଏହି ଗ୍ରାମ ପଞ୍ଚାୟତ ର ଜନସାଧାରଣ ଓ ନିର୍ବାଚିତ ଲୋକ ପ୍ରତିନିଧି ମାନେ ଆଜି ବସ କୁ ସ୍ୱାଗତ କରିବା ସହିତ ଖୁସି ପ୍ରକଟ କରିଛନ୍ତି। ଏହି କ୍ରମରେ କୋଲନରା ବସ ଷ୍ଟାଣ୍ଡ ରୁ ସକାଳ ୬ ଟା ରେ ବାହାରୁ ଥିବା ଲକ୍ଷ୍ମୀ ବସ ନମ୍ବର ଓଡି ୧୮ ଏମ ୩୨୫୫ ଅମଳା ଭଟା ଦେଇ ଜେକେପୁର ଯିବ। ଜେକେପୁର ରୁ ବାହାରି ଅମଳା ଭଟା, ଥେରୁବାଲି, କାର୍ତ୍ତିକା ଗୁଡା, କେଲିଗୁଡା ଯାଇ ପୂଜାରୀ ଗୁଡା ଶେଷ ଷ୍ଟପେଜ ରେ ପହଂଚି ସେଠାରୁ ଫେରି କୋଲନରା ଫେରି ଆସି ପୁଣି ଦ୍ୱିତୀୟ ଥର ବସ ଷ୍ଟାଣ୍ଡରୁ ୮ ଟା ୩୦ ଏହି ରୁଟରେ ବାହାରିବ ବୋଲି ଜଣା ପଡିଛି। ସେହିପରି ଅନ୍ୟ ବସ ନମ୍ବର ଓଡି ୧୮ ଏମ ୩୨୭୦ ଟି କୋଲନରା ବସ ଷ୍ଟାଣ୍ଡ ରୁ ସକାଳ ୬ ଟାରେ ବାହାରି ଅମଳା ଭଟା, ଜେକେପୁର ଦେଇ ଦୁନ୍ଦୁଲି, ପାତ୍ରପୁଟ, ବିନିସ ପୁର, ଇମାଲି ଗୁଡା, ମାଉଡ଼ି ଗୁଡା ହୋଇ ଗ୍ରାମ ପଞ୍ଚାୟତ ଗାଡି ଶେଷଖାଲ ହେଡ଼ କ୍ଵାଟର ରେ ପହଂଚି ସେଠାରୁ କୋଲନରା ଫେରିବ। ଏହାପରେ ଏଠାରୁ ଦ୍ୱିତୀୟ ଥର ୮ ଟା ୩୦ ରେ ବାହାରିବ ବୋଲି ଜଣା ପଡିଛି। ସେହିପରି ଆଉ ଗୋଟିଏ ଲକ୍ଷ୍ମୀ ବସ ଓଡି ୧୮ ଏମ ୩୨୮୧ ସକାଳ ୬ ଟା ରେ କୋଲନରା ବସ ଷ୍ଟାଣ୍ଡ ରୁ ବାହାରି ହଜାରି ଡାଙ୍ଗ, ଡ଼ଙ୍ଗର ଲେକପାଇ, କୈଳାସ ପୁର, ମୁକୁନ୍ଦପୁର, ବାଙ୍କିଲି ରେ ପହଂଚିବ। ସେଠାରୁ ଫେରି ମୁକୁନ୍ଦ ପୁର ଆସି ରେଖାପଦର, ଭୋଇମଡା, କାଟିକଣା, ପାଣିଛତ୍ର ରେ ପହଂଚି ସେଠାରୁ କୋଲନରା ଫେରିବ। ପୁଣି ସକାଳ ୧୦ ଟା ୧୦ ରେ ଏହି ରୁଟ ରେ ଦ୍ୱିତୀୟ ଥର ବାହାରି ସେହି ଆଞ୍ଚଳ କୁ ବସ ଗସ୍ତ କରିବ ବୋଲି ସୂଚନା ମିଳିଛି।
