ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ “ରାଷ୍ଟ୍ରୀୟ ଯୁବ ଦିବସ” ପାଳନ……….
ନବରଙ୍ଗପୁର:-(ଏମ୍. ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଭାରତୀୟ ଯୁବ ମୋର୍ଚା ତରଫରୁ ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ୧୨ଜାନୁଆରୀ ଦିନ କୁ “ରାଷ୍ଟ୍ରୀୟ ଯୁବ ଦିବସ” ରୁପେ ପାଳନ କରାଯାଇଛି।ତହସିଲ ଅଫିସ୍ ସମ୍ମୁଖରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ରେ ଧୁପ ଦୀପ ଓ ପୂଷ୍ପମାଲ୍ୟ ଅର୍ପଣ କରି ଅରମ୍ଭ କରା ଯାଇଥିଲା । ସ୍ବାମୀ ବିବେକାନନ୍ଦ ଙ୍କ ଆଦର୍ଶ ଏବଂ ବିଚାରକୁ ସମ୍ମାନ ଦେବା ପାଇଁ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରାଯାଇଥାଏ, ସ୍ବାମୀ ଜି ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୁବକଙ୍କ ଭୂମିକା କୁ ମହତ୍ବ ଦେଉଥିଲେ ସ୍ବାମୀଜି ବିଦେଶରେ ଯାହା ହାସିଲ କରିଥିଲେ ଭାରତର ଛବିକୁ ଆଧ୍ୟାତ୍ମିକତାକୁ ପୂନ୍ହଜୀବିତ କରିବାରେ ପ୍ରମୂଖ ଭୁମିକା ଗ୍ରହଣ କରିଥିଲେ, ଭାରତ ସରକାରଙ୍କ ତରଫରୁ ଏହା ୧୯୮୪ ଜାନୁଆରୀ ୧୨ ପାଳନ କରାଯିବାର ଘୋଷଣା ହେବା ପରେ ୧୯୮୫ଠାରୁ ଆରମ୍ଭ ହୋଇଥିଲା ,ଭାରତ ସରକାରଙ୍କ ମୂଖ୍ୟ ଉଦ୍ଧେଶ୍ୟ ସ୍ବାମୀଜି ଙ୍କ ବିଚାର ମାଧ୍ୟମରେ ଯୁବକଙ୍କୁ ପ୍ରେରିତ କରି ଦେଶର ସୁନ୍ଦର ଭବିଷ୍ୟତ ଗଢିବା, ଦେଶକୁ ବିକଶିତ ଆଡକୁ ନେବା ଏହା ଏକ ମାଧ୍ୟମ । ଏହି ଯୁବ ଦିବସ ର ଥିମ୍ ୨୦୨୧ରେ କେନ୍ଦ୍ର ରେ ମୋଦି ସରକାରଙ୍କ ନେତୃତ୍ଵାଧିନରେ ରଖା ଯାଇଥିଲା । ଏହି କାର୍ଯ୍ୟକ୍ରମ ନଗର ଯୁବ ମୋର୍ଚା ସଭାପତି ସୁଦେବ ନନ୍ଦି ଙ୍କ ତତ୍ବାଧିନ ରେ ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାଜପା ର ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ନଗର ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ଜିଲ୍ଲା ଠିକା କର୍ମଚାରୀ ସଂଘ ସଭାପତି ସୁଧୀର କୁମାର ପଣ୍ଡା, ମହିଳା ନେତ୍ରୀ ମନ୍ଦିରା ନାୟକ, ମିଲୁ ପଣ୍ଡା, ଦୁକାଲୁ ମେହେର, ତ୍ରୀଭୂବନ ସାହୁ,ଅମିତ ହାଲଦାର ଙ୍କ ସହ ନଗରର ଅନ୍ୟାନ ସଂଗଠନ ର ଯୁବକ ମାନେ ସାମିଲ ହୋଇଥିଲେ ।
