ଉମରକୋଟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ଉମରକୋଟ ସହର କୋଣ୍ଡାଗାଁ ରୋଡ଼ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉମରକୋଟ ତହସିଲଦାର ମେଗବାନ ବାଗଙ୍କ ଅଧକ୍ଷତାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ପୌର ଅଧକ୍ଷା ରାଧା ଭତ୍ରା, ଏମପି ପ୍ରତିନିଧି ରାମ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଏସଡିପିଓ ଶୁଭେନ୍ଦୁ ଶବର,ଓକିଲସଙ୍ଘ ସଭାପତି ପ୍ରଶାନ୍ତ ସାହୁ, ପୂର୍ବତନ ନଗରପାଳ ଝାଡ଼େଶ୍ୱର ମହାନ୍ତି, ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ପୌର କର୍ମଚାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ହେବାକୁ ଥିବା ସାଧାରଣତନ୍ତ୍ର ଦିବସକୁ ଶାନ୍ତି ଶୃଙ୍ଖଳାର ସହ କିପରି ପାଳନ କରାଯିବ ସେଥିନେଇ ବିଭିନ୍ନ ଅଧିକାରୀଙ୍କ ଠାରୁ ମତାମତ ନିଆଯାଇ ନିଷ୍ପତି ନିଆଯାଇଥିଲା। ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଉପ ଜିଲ୍ଲାପାଳ ୮. ୪୫ ମିନିଟରେ ଡିଏନକେ ଖେଳ ପଡିଆ ଠାରେ ପତାକା ଉତୋଳନ କରିବେ ଓ ପୌରାଞ୍ଚଳର ଅନ୍ୟ ଅଫିସ ଓ ବିଦ୍ୟାଳୟ ଗୁଡ଼ିକ ୭.୩୦ ସୁଦ୍ଧା ପତାକା ଉତଳନ କାର୍ଯ୍ୟ ସମାପନ କରିବା ପାଇଁ ନିଷ୍ପତି କରାଯାଇଛି। ସାଧାରଣତନ୍ତ୍ର ଦିବସ ଦିନ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଡିଏନକେ କ୍ଳବ ଉତ୍କଳ କଳା ସଂସଦ ଦାଇତ୍ୱ ନିର୍ବାହ କରିବେ ବୋଲି ନିଷ୍ପତି ନିଆ ଯାଇଥିଲା। ସଫେଇ କାର୍ଯ୍ୟ ପୌର କାର୍ଯ୍ୟାଳୟକୁ ଦାଇତ୍ୱ ଦିଆ ଯାଇଥିଲା। ମୋଟ ୨୨ ଟି ପରେଡ ଟ୍ରୁପ ପ୍ୟାରେଡରେ ଅଂଶ ଗ୍ରହଣ କରିବେ। ଯଦି କୌଣସି ଟ୍ରୁପ ବିଶୃଙ୍ଖଳା କଲେ ସେହି ବିଦ୍ୟାଳୟକୁ ଏକ ବର୍ଷ ପାଇଁ କାର୍ଯ୍ୟକ୍ରମ ରୁ ବାଦ ଦିଆଯିବ ବୋଲି ଆଜିର ବୈଠକରେ ନିଷ୍ପତି ନିଆ ଯାଇଥିଲା। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଜାନୁଆରୀ ୧୭ ତାରିଖ ଦିନ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ଠାରେ, ସଂଗୀତ ପ୍ରତିଯୋଗିତା ଜାନୁଆରୀ ୧୯ତାରିଖ ଦିନ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଠାରେ,ବକ୍ତୃତା ପ୍ରତିଯୋଗିତା ୧୬ ଜାନୁଆରୀରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ,କୁଇଜ ପ୍ରତିଯୋଗିତା ୨୦ ଜାନୁଆରୀ ରେ ବିଜୁ ପଟନାୟକ ମହିଳା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ବିଦ୍ୟାଳୟରୁ ଗୋଟିଏ ଦଳ ହିଁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇପାରିବେ ବୋଲି ନିଷ୍ପତି ନିଆ ଯାଇଥିଲା। ୨୧, ୨୨ ଓ ୨୪ ତାରିଖ ଦିନ ପଡ଼ିଆରେ ପ୍ୟାରେଡ ଅଭ୍ୟାସ କରାଯିବ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଉମରକୋଟ ପୋଲିସ ନଜର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜାନୁଆରୀ ୧୮ ତାରିଖ ଦିନ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଚିତ୍ତରଞ୍ଜନ ପାତ୍ର, ମନୋଜ ନାୟକ, ଏସ ଆଇ ସୌମେନ୍ଦ୍ର ସେଠ, ଆଇନଜୀବୀ ଶ୍ରୀନିବାସ ପଟନାୟକ,ବରିଷ୍ଠ ରାଜସ୍ୱ ସହାୟକ ରବୀନ୍ଦ୍ର କୁମାର ସାହୁ, କନିଷ୍ଠ ରାଜସ୍ୱ ସହାୟକ ପ୍ରକାଶ ଚନ୍ଦ୍ର ମିଶ୍ର, ଟୁଲୁ ସାହୁ, ଅଶୋକ ଡଙ୍ଗରି, ବ୍ରଜମୋହନ କାଣ୍ଡି, ଚନ୍ଦନା ମଲ୍ଲିକ, ଅମରେଶ ମହାନ୍ତି, ପ୍ରଶାନ୍ତ ଘୋଷ ଙ୍କ ସହ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ ଏବଂ ରାଜସ୍ୱ ନିରୀକ୍ଷକ ରାଜେଶ ଦେୱରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
