November 24, 2024

ଲାଠୀ ଉଚ୍ଚ ବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ…

Share

କୁକୁଡ଼ାଖଣ୍ତି ବ୍ଲକ୍ ଅନ୍ତର୍ଗତ ଲାଠୀ ଉତ୍କଳ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ବୁଧବାର ଦିନ ବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଲ୍ଲିକୋଟ ୟୁନିଭେରସିଟି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ା ବୃନ୍ଦାବନ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଫେସର ଅବସରପ୍ରାପ୍ତ ଡ଼ା ବଳଭଦ୍ର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗଦେଇ ସରକାରୀ ବିଦ୍ୟାଳୟରେ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ଘଟୁଛି କହିବା ସହ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଯତ୍ନବାନ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟାନ୍ୟ ଅତିଥିମାନେ ହେଲେ ସ୍ଥାନୀୟ ସରପଞ୍ଚ ରାଧାମୋହନ ସେଠୀ ,ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ପୁରାତନ ଛାତ୍ର ସଂଘର ସଭାପତି ଆଶିଷ କୁମାର ସାବତ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ଦୁଇ ଜଣଙ୍କ ଶଙ୍କର୍ଷଣ ପାତ୍ର ଓ ବଂଶୀଧର ଦଳାଇ ସ୍ୱାଗତ ସମ୍ବନ୍ଧିତ କରିଥିଲେ। ଏହି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ହେଲେ ସ୍ମୃତିଞ୍ଜନା ପଣ୍ଡା, ଗୀତାଞ୍ଜଳି ପ୍ରଧାନ, ନିଳାନ୍ଦ୍ରୀ କୁମାରୀ ଦାଶ, ଅଞ୍ଜଳି ଶବର, ମୋହିନୀ ଶବର,
ମିତାଲି ଦଳାଇ, ଦୀପ୍ତିରଣୀ ନାୟକ,
ଅବନ୍ତି କୁମାର ଡାକୁଆ,ହରିଶ୍ଚନ୍ଦ୍ର ଗଂଗାଇ,
ମନୋଜ କୁମାର ପ୍ରଧାନ, ଜିତେନ୍ଦ୍ର ସେଠୀ ,ୱାର୍ଡ ସଭ୍ୟ ଜଗନ୍ନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। ଗୋପାଳ ଚନ୍ଦ୍ର ପାଢ଼ୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)