ପକ୍କା ରାସ୍ତା ପାଇଁ ବି.ଡି.ଓଙ୍କୁ ଦାବିପତ୍ର…
ସ୍ୱାଧୀନତାର ୭୫ ବର୍ଷ ଅତିବାହିତ ପରେ ମଧ୍ୟ ପକ୍କା ରାସ୍ତା ଟିଏ ନଥିବାରୁ ନା ସମସ୍ୟାରେ ପଢୁ ଛନ୍ତି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତ ଉପର ଲୁଣ୍ଡୁରିଗୁଡା ନିରୀହ ଆଦିବାସୀଙ୍କ ପକ୍କା ରାସ୍ତାଟିଏ ନଥିବା ଯୋଗୁଁ ଯାତାୟାତ କରିବା ସହ ଆମ୍ବୁଲାନ୍ସ ଏବଂ ପିଲାମାନେ ସ୍କୁଲ ମଧ୍ୟ ଯିବା ସମୟରେ ରାସ୍ତାରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି l ବହୁବାର ସ୍ଥାନୀୟ ସରପଞ୍ଚ ଏବଂ ବିଧାୟକଙ୍କୁ ଅନୁରୋଧ କରିବାପରେ ମଧ୍ୟ ଆଜି ଯାଏ ଦୃଷ୍ଟିକୁ ଆସୁନାହିଁ କି କୋୖଣସି ପଦକ୍ଷେପ ନିଆଁ ଯାଇନାହିଁ l ଶୁକ୍ରବାର ଗ୍ରାମବାସୀ ରାଜ୍ୟ ପୂର୍ବତନ ସମ୍ପାଦକ ବିଜେପି ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱ ବିକ୍ଷୋଭ କରିବା ସହ କୁକୁଡାଖଣ୍ଡି ବ୍ଲକ ଉନ୍ନୟନ ଅଧିକାରିଣୀ ଡ଼ଃ. ପଲ୍ହବି ସ୍ୱାଇଁଙ୍କୁ ଦାବୀପତ୍ର ଦେଇ ଖଣ୍ଡାଳ ବନ୍ଧ ଛକ ଚିକିଟି ପି. ଡବ୍ଲୁ. ଡି ରାସ୍ତା ଠାରୁ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣପାଇଁ ଅନୁରୋଧ କରିଛନ୍ତି l
ଏଥିରେ ନନ୍ଦ କିଶୋର ବିଜେପି ମଣ୍ଡଳ ସଭାପତି, ରାମହରୀ ଦୋରା, ରବି ଦୋରା, କାଳିଆ ଗୌଡ଼,ଭାନୁ ମଳିକ, ଗଣେଶ ମଳିକ, ରାଜେନ୍ଦ୍ର ମଳିକ, ତ୍ରିନାଥ ମଳିକ, ରଂଜିତା, ସୁଷମା, ସବିତା ସୁରେନ୍ଦ୍ର, ଝିଲି ଏବଂ ଅନେକ ଗ୍ରାମବାସୀ ସହଯୋଗ କରିଥିଲେ l (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)