October 14, 2026

ଉମରକୋଟ ଗୋଷ୍ଠୀ ସଂଘର୍ଷ ଘଟଣାରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରି ଜେଲ ପଠାଇଲା ପୋଲିସ…….

IMG-20261012-WA0024
Share

 

 

ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ)

୨ ଗୋଷ୍ଠୀ ସଂଘର୍ଷ ଘଟଣାରେ ଉମରକୋଟ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସନ୍ଧ୍ୟାରେ ଉମରକୋଟ ଥାନାରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ୟ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ ଏହିକି ଯେ ଗତକାଲି ସକାଳ ୯ ଟା ସମୟରେ ହୋଟେଲ ଅନୂପୂର୍ଣ୍ଣ। ନିକଟରେ ଡି ଏନ୍ କେ ଅଞ୍ଚଳ ର ଯୁବକ ଅଭିଷେକ ପଣ୍ଡା ଙ୍କୁ ଜୀବନରେ ମାରିଦେବା ପାଇଁ ସଂଘବଦ୍ଧ ହେଇ ପ୍ରାୟ ୫୦ ଜଣ ଯୁବକ ଲୁହ। ରୋଡ ଓ ଲୁହ । ପଞ୍ଚ ରେ ଆକ୍ରମଣ କରିଥିଲେ। ଅଭିଷେକ ଙ୍କ ମୁଣ୍ଡ, ମୁଁହ ଓ କାନରେ ଭୀଷଣ ମାଡ ହେବ। ସହ ପ୍ରବଳ ରକ୍ତ ସ୍ରାବ ହେଇଥିଲ। ପରେ ଏହି କାଣ୍ଡ ଭିଆଇ ଏହି ଗୋଷ୍ଠୀ ଡି ଏନ୍ କେ ତ୍ରିନାଥ ମନ୍ଦିର ଠାରେ ପହଞ୍ଚି ଦୀପ କୋମଲ ମହାପାତ୍ର ଙ୍କୁ ଜୀବନରେ ମାରିଦେବା ପାଇଁ ଛୁରୀ ଓ ଲୁହ। ରୋଡ ରେ ଆକ୍ରମଣ କରିଥିଲେ। ନିଜେ ଜଣେ ବୋଡି ବିଲଡର ଥିବା ଦୀପ କୋମଲ ରୋଡ ଛଡ଼ାଇ ଆତ୍ମ ରକ୍ଷା କରିବା ଫଳରେ ଜୀବନରେ ମାରିଦେବା ପାଇଁ ଯେଉଁ ଚେଷ୍ଟା ହେଇଥିଲା ସେଥିରେ ଏହି ଗୋଷ୍ଠୀ ବିଫଳ ହେଇ ଥିଲେ ହେ ଦୀପ କୋମଲ ଙ୍କ ର ଛାତି ପେଟ ଓ ବାମ ଗୋଡ଼ରେ ଆଘାତ ଲାଗିଛି ଓ ବର୍ତ୍ତମାନ ସେ ବିଶାଖାପାଟଣା ର ପିନାକଲ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦୀପ ଙ୍କ ର ଫୁସଫୁସ ଓ ଲଙ୍ଗସ ରେ ଛୁରା ମାଡ ବାଜିଛି। ଆଜି ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ୨ ଟି ଘଟଣାରେ ପୃଥକ ପୃଥକ ଭାବେ ୨ ଟି ମାମଲା ରେ ମୋଟ ୮ ଜଣକ ବିରୁଦ୍ଧରେ ମକଦ୍ଦମା ରୁଜୁ କରିଛି ଉମରକୋଟ ପୋଲିସ। ଦୀପ କୋମଲ ଙ୍କ ଘଟଣାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ରକ୍ତ ଭିଜା ପଥର, ୨ ଟି ବାଉଁଶ ଲାଠି, ଗୋଟିଏ ଲୁହା ରୋଡ ଓ ରକ୍ତ ଭିଜା ପୋଷାକ କୁ ଜବତ କରିଛି ପୋଲିସ। ତେବେ ଏହି ଘଟଣାରେ ଆଜି ଉମରକୋଟ ପୋଲିସ ଅବଦୁଲ ଶେଖ୍ , ରାହୁଲ ଦୀପ ଓ ରାଜେଶ୍ କାଲୁଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଉମରକୋଟ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ, ପୋଲିସ ଉପ ଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଓ ଥାନା ଆଇଆଇସି ଯୁଗଳ ଶବର ଉପସ୍ଥିତ ଥିଲେ।। ତେବେ ଦୀପ କୋମଲ ଙ୍କ ଘଟଣାରେ ପୋଲିସ ଉପ ଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ତଦନ୍ତ ଅଧିକାରୀ ଥିବା ବେଳେ ଅଭିଷେକ ପଣ୍ଡା ଙ୍କ ଘଟଣାରେ ପୋଲିସ ସବ ଇନ୍ସପେକ୍ଟର କୁଲଭୂଷଣ ନାୟକ ତଦନ୍ତ ଅଧିକାରୀ ଭାବେ ରହିଛନ୍ତି। ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୫ ଟି ପୋଲିସ ଟିମ୍ ଗଠନ କରାଯାଇଛି ଓ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଯୁଗଳ ଶବର କହିଛନ୍ତି। ତେବେ ଆଜି ଉମରକୋଟ ରେ ପରିସ୍ଥିତି ଶାନ୍ତ ଥିବା ବେଳେ ପୋଲିସ ସହରରେ ଘନ୍ ଘନ ପଇତର। ମାରୁଛି ଓ ସହରରେ ବର୍ତ୍ତମାନ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

You may have missed