October 14, 2026

ଉମରକୋଟ ନିକଟସ୍ଥ ବଡଭରଣ୍ଡି ଗ୍ରାମ ଠାରେ ୧୩୨ କେଭି ତାର ଲାଗି ବିରାଟ ଗଛ ଜଳିଗଲା……….

IMG-20261012-WA0021
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ବଡଭରଣ୍ଡି ଗ୍ରାମ ପଞ୍ଚାୟତର ମହୁଲି ଗ୍ରାମ ଠାରେ ଏକ ଉଚ୍ଚ କ୍ଷମତା ସଂପନ୍ନ ୧୩୨ କେଭି ଲାଇନର ତାର ସଂସ୍ପର୍ଶ ରେ ଆସି ଏକ ବିରାଟ ଗଛ ନିମିଷକ ମଧ୍ୟରେ ହୁହୁ ହେଇ ଜଳିଗଲା। ଡ।ବୁଗାଁ ଗ୍ରିଡ୍ ରୁ ଉମରକୋଟ ସହର ନିକଟସ୍ଥ ଅଧିକାରୀଗୁଡ଼। ଗ୍ରିଡ୍କୁ ଯାଇଥିବା ୧୩୨ କେଭି ଲାଇନର ଉଚ୍ଚ କ୍ଷମତା ସମ୍ପନ୍ନ ତାର ସହ ଏକ ବିରାଟ ଗଛ ସହ ସମ୍ପର୍ଷ ହେଇ ଯିବ। ସହ ଗଛ ଟି ନିମିଷକ ମଧ୍ୟରେ ହୁ ହୁ ହେଇ ଜଳି ଗଲ। ଫଳରେ ଉମରକୋଟ ସହରରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବାଧା ସୃଷ୍ଟି ହେଇ ଥିଲା। ଅବଶ୍ୟ ଏଥିରେ କାହାର କିଛି କ୍ଷୟକ୍ଷତି ହେଇ ନାହିଁ।ଖବର ପାଇଁ ଉମରକୋଟ ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ଏଲ୍. ରବି ଆଚାରୀ ଓ ଅନ୍ୟ ଷ୍ଟାଫ ପହଞ୍ଚି ବିଦ୍ୟୁତ୍ ସରବରାହକୁ ସ।ବିକ କରିଥିଲେ।

You may have missed