ଲାଞ୍ଜିଗଡ଼ରେ ଭୈରବଙ୍କ ଝାମୁଯାତ୍ରା ପାଳିତ ହୋଇଯାଇଛି

IMG-20250912-WA0143
Share

 

କଳାହାଣ୍ଡି ଜିଲ୍ଲା, ୧୨/୦୯ ଆଜି ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି ଝାମୁଯାତ୍ରକୁ କଳାହାଣ୍ଡି ଜିଲ୍ଲା ଓ ପୋଡ଼ଶୀ ରାୟଗଡା ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲା ରୁ ହଜାର ହଜାର ଭକ୍ତ ଙ୍କ ର ସମାଗମ ହୋଇଥିଲା I ଏହି ଝାମୂ ଯାତ୍ରା ବା ନିଆଁମଡ଼ା ଯାତ୍ରା ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଅଛି, ଭୈରବ ଦେବତାଙ୍କ ମହାତ୍ମ୍ୟ ହେଲା ଯିଏ ଯାହା ମନIସି ଥାଏ ସିଏ ତାହା ପାଇଥାଏ ବୋଲି ବିଶ୍ୱାସ ରହିଛି। ଯାହାର ପୁଅ ଝିଅ ହେଉ ନଥାଏ ମାନସିକ କରି ଆସି ପୂଜାରୀଙ୍କୁ କାଳିସୀ ଲାଗିଥିବା ସମୟରେ ଠାକୁରଙ୍କ ଠାରୁ ଫୁଙ୍କା ଝଡା ହୋଇ ମୁଠି ଚାଉଳ ନେଇ ମାନସିକ କରି ଯାଇଥାନ୍ତି I ପୁଣି ଆର ବର୍ଷକୁ ନିଜ ଛୁଆକୁ ବା ନିଜର ମନସ୍କାମନା ପୂରଣ ହେଲେ ଭୈରବ ଠାକୁରଙ୍କ ପାଖକୁ ଆସିଥାନ୍ତି I ଏହି ଝାମୁଯାତ୍ରା ଟି ନୂଆଁଖାଇ ଭାଦ୍ରଵମାସ ଦଶମୀ ତିଥିରୁ ଆରମ୍ଭ ହୋଇଥାଏ, ଏକାଦସିରେ ବିଶ୍ରାମ ହୋଇଥାଏ I ଦ୍ୱାଦଶୀ ତିଥିରେ ବାଲି ଭୈରବ ଓ ଅଗ୍ନି ଭୈରବ ଦୁଇ ପୂଜାରୀଙ୍କୁ କାଳିସୀ ଲାଗି ଲାଞ୍ଜିଗଡ ଗ୍ରାମର ଇଷ୍ଟ ଦେବତା ମନ୍ଦିରରୁ ଖଣ୍ଡା ଆଣି ଲାଞ୍ଜିଗଡ ରାଜାଙ୍କ ଘରେ ରାଜବାଟିରେ ପୂଜା ପାଇ ତାପରେ ଅସ୍ଥାୟୀ ମନ୍ଦିରକୁ ଆସିବା ସମୟର ଅନେକ ଭକ୍ତ ଅପେକ୍ଷା କରିଥାନ୍ତି ଠାକୁରଙ୍କୁ ବନ୍ଦାପନା କରିବା ପାଇଁ । ଯାହାର ଭକ୍ତି ଅଛି ସେମାନେ ଗୋବରରେ ଲିପି ଝୋଟି ପକାଇ ଶୁଭ କୁମ୍ଭ କଳସ ସ୍ଥାପନା କରି ଭୋଗ ରାଗ,ଗଜାମୁଆଁ, ଦୀପ, ଧୂପ,ଫୁଲ ଫଳ, ପଣା ପାଣି ବାଢ଼ି ବନ୍ଦାପନା କରନ୍ତି I ତ୍ରିୟଦଶୀ ଠାରୁ କାଳିଶି ଲାଗିଥାଏ ବାଲି ଭୈରବ ପୂଜାରୀଙ୍କୁ ଲାଗିଥାନ୍ତି ତାପରେ ସେ ପାରମ୍ପରିକ ବାଦ୍ୟ ଓ ଘୁମୁରାର ତIଳେ ତାଳେ ତ୍ରିୟଦାସୀ ଠାରୁ ଦୀର୍ଘ ପାଞ୍ଚ ଦିନ ଧରି ପ୍ରତେକ ଦିନ ସନ୍ଧ୍ୟା ୦୪ ଘଣ୍ଟା ସମୟରୁ ରାତ୍ର ୦୭ ଘଣ୍ଟା ସମୟ ପର୍ଯ୍ୟନ୍ତ ନାଚିଥାନ୍ତି I ଅଷ୍ଟମ ଦିନ କଣ୍ଟାର ଗାଦିଆ ଆସେ ସେ କଣ୍ଟା ଗାଦୀକୁ ମୁଣ୍ଡଛୀନା ସକାଳ ଠାରୁ ଜଙ୍ଗଲକୁ ଯାଇ ନିୟମଗିରି ପାର୍ବତର ପାଦଦେଶରୁ ଝାମେରା କଣ୍ଟା ଗାଦି ଆଣିଥାନ୍ତି I ତାପରେ ସେ କଣ୍ଟା ଗାଦିରେ ଯାହାକୁ ବାଲି ଭୈରବ କାଳିସୀ ଲାଗିଥାଏ ସେ ଅଷ୍ଟମଦିନ ରାତିରେ ବସିଥାନ୍ତି I ଲାଞ୍ଜିଗଡର ସମସ୍ତ ଗ୍ରାମବାସି ମିଶି ସ୍ନେହ ଶ୍ରଦ୍ଧାରେ ଜଙ୍ଗଳକୁ ଯାଇ ଶୁଖିଲା କାଠ ଗଣ୍ଡି ସଂଗ୍ରହ କରି ଟ୍ରାକ୍ଟର ଓ ଟ୍ରକ ମାଧ୍ୟମରେ ଆଣି ଚାରି ଦିନ ପୂର୍ବରୁ ଯାତ୍ରା ପଡ଼ିଆରେ ଗଦା କରିଥାନ୍ତି I ନବମ ଦିନ ସକାଳ ୦୮ ଘଣ୍ଟା ସମୟରେ ବାଲି ଭୈରବ ପୂଜାରୀଙ୍କୁ ଠାକୁର କାଳିସୀ ଲାଗି ଲାଞ୍ଜିଗଡର ଗ୍ରାମ ବାସୀ ଆଣିଥିବା ସମସ୍ତ କାଠକୁ ସଜା ଯାଇଥିବା କାଠରେ ଅଗ୍ନି ସଂଯୋଗ କରିଥାନ୍ତି I ସେହିଦିନ ପୂର୍ବାହ୍ନ ୦୪ ଘଣ୍ଟା ସମୟରେ ଅସ୍ଥାୟୀ ମନ୍ଦିରରେ ଦୁଇ ପୂଜାରୀଙ୍କୁ କାଳିସୀ ଲାଗି ଲାଞ୍ଜିଗଡ ଇଷ୍ଟ ଦେବତା ଭୌରବ ମନ୍ଦିର କୁ ଯାଇଥାନ୍ତି I ତାଙ୍କ ସାଥିରେ ଲାଞ୍ଜିଗଡ ରାଜା ଓ ଲାଞ୍ଜିଗଡର ଗ୍ରାମବାସୀ ଏବଂ ବାଜା,ଘୁମୁରା,ଘଣ୍ଟ, ଶଙ୍ଖ, ତୁରୀ ସହିତ ହୁଳହୁଳି ପଡିଥାଏ,ସମସ୍ତେ ମିଶି ଯାଇଥାନ୍ତି I ଗ୍ରାମର ଇଷ୍ଟ ଦେବତା ଭୈରବ ମନ୍ଦିରରେ ପୂଜା ସାରି ହୁକୁମ ନେଇ ଝାମୀମଡ଼ା ଅସ୍ଥାୟୀ ମନ୍ଦିରକୁ ଆସିଥାନ୍ତି,ପ୍ରଥମେ ପୂର୍ବରୁ ମୁଣ୍ଡଛୀନା ଆଣିଥିବା କଣ୍ଟା ଦୋଳିରେ ବସି ଥାନ୍ତି I ତାପରେ ଦୁଇ ପୂଜାରୀଙ୍କୁ କାଳିସୀ ଲାଗିଥବା ଝାମୀ ନିଆଁରେ ଚାଲିଥାନ୍ତି I ଏଠାରେ ମୁଖ୍ୟ ଆକର୍ଷଣ ହେଲା ରଢ଼ ନିଆଁ ଭିତରେ ଦୁଇ ଠାକୁର ଚାଲି ଥାନ୍ତି,ଯେଉଁ ଭକ୍ତ ଭକ୍ତି ସହକାରେ ଭୈରବ ଠାକୁରଙ୍କୁ ଯାହା ମାଗିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଝାମୀ ରଢ଼ ନିଆଁରେ ଚାଲିବା ପରେ କାଳିସୀ ଲାଗିଥିବା ଦୁଇ ପୂଜାରୀ ରଜା ଙ୍କ ରାଜବାଟିକୁ ଭୋଗ ରାଗ ଖାଇବା ପାଇଁ ଯାଇଥାନ୍ତି I ସେଠାରୁ ପୁଣି ଫେରି ଅସ୍ଥାୟୀ ମନ୍ଦୀର କୁ ଆସି ଭୋଗ ଖାଇଥାନ୍ତି ।

 

ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*