June 26, 2026

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଠାରେ ଛାତ୍ର/ଛାତ୍ରୀ ଏବଂ ଅଧ୍ୟାପକ ଙ୍କ ତରଫରୁ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା 

IMG-20240912-WA0035
Share

ପଦ୍ମପୁର : (ଜୟନ୍ତ କୁମାର ସେଠ) ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଙ୍କ ତରଫରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାଂସଦ ପୁରୋହିତ ନିଜ ଛାତ୍ର ଜୀବନ କଥା ସହ କମ ନମ୍ବର ରଖୁଥିବା ବିଦ୍ୟାର୍ଥୀ ମଧ୍ୟ ଦିନେ ସଫଳ ହୋଇପାରିବ ଏବଂ ତାଙ୍କୁ ନିରାଶ ନକରି ଉତ୍ସାହ ଦେଲେ ସେମାନେ ଆଗାମି ଦିନରେ ନିଶ୍ଚିତ ସଫଳତା ପାଇବେ ବୋଲି ନିଜର ଉଦବୋଧନ ରେ କହିବା ସହ। ବିଭିର୍ଣ୍ଣ କ୍ଷେତ୍ର ରେ ନିଜର ସାମାଜିକ ଯୋଗଦାନ ଦେବା ପାଇଁ ବିଦ୍ୟାର୍ଥୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପଢିବା ସୁବିଧା ପାଇଁ ମହାବିଦ୍ୟାଳୟ କ୍ୟାମ୍ପସ କୁ ଇଣ୍ଟାରନେଟ ସେବା ର ଶୁଭ ଉଦ୍ଘାଟନ କରିଥିଲେ। ଏହା ସହ ମହାବିଦ୍ୟାଳୟ ର ଥିବା ବିଭିର୍ଣ୍ଣ ସମସ୍ୟା ଗୁଡିକ ବିଷୟରେ ଛାତ୍ର ଛାତ୍ରୀ ମାନେ ସାଂସଦ ଙ୍କୁ ଏକ ଦାବି ପାତ୍ର ମାଧ୍ୟମ ରେ ଜଣେଇଥିଲେ।

You may have missed