April 28, 2026

ଗଜପତି:-ସମ୍ବର୍ଦ୍ଧନା ଏବଂ କୃଷକ ସାଂଗଠାନିକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20250812-WA0168
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ , ଗଜପତି ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ” ସମ୍ବର୍ଦ୍ଧନା ଓ କୃଷକ ସାଙ୍ଗଠନିକ ସଭା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା କୃଷକ ସେଲ୍ ସଭାପତି ଶ୍ରୀ ଅଭୟ ସାହୁ ଏବଂ ତାଙ୍କର ଟିମ୍ ଉପସ୍ଥିତି ରେ ଗଜପତି ଜିଲ୍ଲା ର ସାତଗୋଟି ବ୍ଲକ ର କିଛି କୃଷକ ନେତା ଙ୍କ ଉପସ୍ଥିତି ରେ ଶ୍ରୀ ସାହୁ ଆଗାମୀ ପିଢ଼ି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା ଙ୍କ ନେତୃତ୍ବରେ ସାରା ଓଡ଼ିଶାରେ ବର୍ତ୍ତମାନ କଂଗ୍ରେସର ସୁଅ ଛୁଟିଛି , ଶ୍ରୀ ଜେନା ଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ଓଡ଼ିଶାର ସମସ୍ତ ଜିଲ୍ଲା କୋଣ ଅନୁକୋଣରେ ଚାଷୀମାନେ କିପରି ଆସୁଥିବା ସମ୍ମୁଖୀନ ସଂପର୍କ ରେ ଅବଗତ କରାଇବା ସହ ଆସନ୍ତା ନଭେମ୍ବର ମାସରୁ ସାରା ଓଡ଼ିଶାରେ ଆରମ୍ଭ ହେବ ହଜାର ହଜାର ଚାଷୀ ନେତାଙ୍କୁ ନେଇ ଆନ୍ଦୋଳନ , ରାଜରାସ୍ତାକୁ ଓହ୍ଲାଇବେ ଚାଷୀ ,ଏ ବିଷୟରେ କିଛି ଗୁରୁ ମନ୍ତ୍ର ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ସମେତ ଅଭିମନ୍ୟୁ ପଣ୍ଡା , ସଂଜୟ ଅଧିକାରୀ , ସୂର୍ଯ୍ୟ ନାରାୟଣ ପାତ୍ର , କୁନା ମାଝୀ , ସଂଗ୍ରାମ ସାହୁ , ପ୍ରମୁଖ ନେତା ଓ କର୍ମୀ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————