ପି ଏମ ଶ୍ରୀ ବିଶ୍ଵମ୍ଭର ବିଦ୍ୟାପୀଠରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି …

ପି ଏମ ଶ୍ରୀ ବିଶ୍ୱମ୍ବର ବିଦ୍ୟାପୀଠରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୁରୀ ଜିଲ୍ଲା ସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ରାମଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଶ୍ଵମ୍ଭର ବିଦ୍ୟାପୀଠର ପ୍ରାକ୍ତନ ଅବସରପ୍ରାପ୍ତ ସଂସ୍କୃତଶିକ୍ଷକ ପଣ୍ଡିତ ବିଷ୍ଣୁପ୍ରସାଦ ଶତପଥୀ, ବରିଷ୍ଠଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ l ମୁଖ୍ୟଅତିଥି ଶ୍ରୀଯୁକ୍ତ ପ୍ରଧାନ ସଂସ୍କୃତଭାଷା ଓ ସାହିତ୍ୟର କ୍ରମବିକାଶ ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l ସଂସ୍କୃତ ଭାଷାର ବ୍ୟାକରଣତତ୍ତ୍ୱ ତଥା ସଂସ୍କୃତ ବିନା ସଂସ୍କୃତି ପଙ୍ଗୁବୋଲି ସମ୍ମାନୀତ ଅତିଥି ପଣ୍ଡିତ ଶତପଥୀ ମହୋଦୟ ବକ୍ତବ୍ୟ ପ୍ରଦାନ କରିଥିଲେ l ଉତ୍ତମ ଶିକ୍ଷା, ସଂସ୍କାର ଓ ସଂସ୍କୃତି ଆଧାରିତ ଶିକ୍ଷା ହିଁ ସଂସ୍କୃତକୁ ଆହୁରି ବିକଶିତ କରାଇବ ବୋଲି ପ୍ରଧାନଶିକ୍ଷକ ଅଭିଭାଷଣ ଦେଇଥିଲେ. ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତସଂଗୀତ ଗାନ ତଥା ବିଦ୍ୟାଳୟର ଛାତ୍ରୀ ପ୍ରୀତିପର୍ଣ୍ଣା ତ୍ରିପାଠୀଙ୍କ ଦ୍ୱାରା ଓଡିଶୀନୃତ୍ୟ ରେ ଗଣେଶ ବନ୍ଦନା କରାଯାଇଥିଲା l ପରିଶେଷରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ସଂସ୍କୃତଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରଧାନ ଓ ସବ୍ୟସାଚୀ ଦୀକ୍ଷିତ ଆୟୋଜନ କରିଥିଲେ l ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ଶିକ୍ଷୟିତ୍ରୀ ରଶ୍ମିତା ଦାଶ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବାବେଳେ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ ll
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
