April 29, 2026

ଭୋଟ ଚୋରିକୁ ନେଇ ପୁରୀଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

IMG-20250812-WA0121
Share

 

ଆଜି ପୁରୀଜିଲ୍ଲା କଂଗ୍ରେସ ଭବନ ଠାରେ ପୁରୀ ନଗର ସଭାପତି ଅମରେନ୍ଦ୍ର ପାଇକରାୟଙ୍କ ଅଧକ୍ଷତା ରେ ମୁଖ୍ୟଅତିଥିଭାବେ ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ, ଉତ୍ତମ ଆଚାର୍ଯ୍ୟ, ପୁଷ୍କର ମହାପାତ୍ର, ବିଦୁଲତା ଆଚାର୍ଯ୍ୟ, ସୁକାନ୍ତ ପ୍ରଧାନ, କାଳିପ୍ରସାଦ ନାୟକ, ବ୍ରହ୍ମଗିରି ସଭାପତି ନିରଞ୍ଜନ ମିଶ୍ର ସହିତ ଜିଲ୍ଲାର କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ l ମୋଦି ସରକାର ଭୋଟର ତାଲିକାରେ ଜାଲିଆତି କରି ଶାସନ ଚଲେଇଥିବାର ରାହୁଲଗାନ୍ଧୀ ପର୍ଦାଫାଶ କରିବା ସହିତ ପୁରୀସହର ପେଣ୍ଠକଟା ରେ ତେଲୁଗୁ ସମ୍ପ୍ରଦାୟର ପଚିଶି ହଜାରରୁ ଉର୍ଦ୍ଧ ଭୋଟର ଅଛନ୍ତି କିନ୍ତୁ ଭୋଟ ବେଳେ ଆନ୍ଧ୍ରପ୍ରଦେଶ ଭୋଟର ପୁରୀରେ ଆସି ଭୋଟ ଦେଉଛନ୍ତି ପୁରୀ ଭୋଟର ଆସି ଆନ୍ଧ୍ରରେ ଭୋଟ ଦେଉଛନ୍ତି ଏହିଭଳି ଭୋଟର ତାଲିକା ଜାଲିଆତି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଶୁପାଳ ରାଜନୀତି କରିବା ଛାଡ଼ନ୍ତୁ ବୋଲି ନଗର ସଭାପତି ଅମରେନ୍ଦ୍ର ପାଇକରାୟ ଗଣମାଧ୍ୟମ କୁ ସୂଚନା ଦେଇଥିବା ବେଳେ ନରେନ୍ଦ୍ରମୋଦିଙ୍କ ର ଏଭଳି ରାଜନୀତି ଉପରେ ରାହୁଲ ଗାନ୍ଧୀ ପର୍ଦାଫାଶ କରିବା ସହିତ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏହି ଶିଶୁପାଳ ସରକାର ମୋଦି ସରକାର କୁ ଖୁବଶୀଘ୍ର ଗାଦିଚ୍ୟୁତ କରାଯିବ ବୋଲି କହିବା ସହିତ ” ଓଡିଶା ରେ ଭୋଟ ଚୋରି

ବିଜେଡିର ମଜବୁରୀ

ବିଜେପି ଓ ନିର୍ବାଚନ ଆୟୋଗର ଚାଟୁକାରି l

ବୋଲି କହିଛନ୍ତି ରାଜ୍ୟ ପିସିସି ମୁଖପାତ୍ର ସୋନାଲି ସାହୁ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed