April 29, 2026

କଲେଜ ଛାତ୍ରଙ୍କ ଅପହରଣ ମାମଲା ୠଜ୍ଜୁ।

IMG-20250812-WA0083
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଲାହାଣ୍ଡି ଜିଲ୍ଲା ଥୁ.ରାମପୁର ବ୍ଲକ ଅନ୍ତର୍ଗତ ଉଡିଗୁଣା ଗ୍ରାମର ଟାକୁ ମାଝୀ ନାମକ ବ୍ୟକ୍ତିଙ୍କ ପୁଅ ବିଶ୍ୱନାଥ ମାଝୀ ଭବାନୀପାଟଣା ସ୍ଥିତ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟରେ +୨ ଶ୍ରେଣୀ ରେ ଅଧ୍ୟୟନ କରୁଛନ୍ତି। କିନ୍ତୁ ଘଟଣା ମୁତାଵାକ ବିଶ୍ୱନାଥଙ୍କ ବାପା ଟାକୁ ମାଝୀଙ୍କ କହିବା ଅନୁଯାଇ ଗତ କିଛି ଦିନ ପୂର୍ବରୁ ତାଙ୍କ ପୁଅ ନିଜ ଘରକୁ ଆସିଥିଲା ଏବଂ ଖର୍ଚ୍ଚ ବାବାଦରେ ପାଞ୍ଚ ହଜାର ଟଙ୍କା ମାଗି ଗତ ଚାରି ତାରିଖରେ ଭବାନୀପାଟଣା ଅଭିମୁଖେ ଆସିଥିଲେ। କିନ୍ତୁ ହଠାତ ସାତ ତାରିଖ ଦିନ ବିଶ୍ୱନାଥ ମାଝୀଙ୍କ ମୋବାଇଲରୁ ଜଣେ ଅପରିଚିତ ବ୍ୟକ୍ତି ଟାକୁ ମାଝୀଙ୍କୁ ଫୋନ କରି କହିଥିଲେ ଯ’ ତମ ପୁଅ ବର୍ତମାନ ଆମ ପାଖରେ ଅଛି ଏବଂ ପନ୍ଦର ହଜାର ଟଙ୍କା ଆଣି ଆମକୁ ଦିଅ ନଚେତ ତୁମ ପୁଅକୁ ଆମେ ଜୀବନରେ ମାରିଦେବୁ କହି ଫୋନ କାଟି ଦେଇଥିଲେ। ଏ ବିଷୟରେ ଟାକୁ ମାଝୀ କିଛି ବୁଝି ପାରିନଥିଲେ। କିନ୍ତୁ ଏହାର କିଛିଦିନ ପରେ ଗତ ରବିବାର ଦିନ ପୁଣିଥରେ ସେହି ଅପରିଚିତ ବ୍ୟକ୍ତି ଟାକୁ ମାଝୀଙ୍କୁ ଫୋନ କରି ଧମକ ଦେଇ କହିଥିଲେ ଯେ’ ଶୀଘ୍ର ଟଙ୍କା ଆଣି ଆମକୁ ଦିଅ ନଚେତ ତୁମ ପୁଅକୁ ମାରିଦେବୁ। ଏହାପରେ ଟାକୁ ମାଝୀ ପଚାରିଥିଲେ ଆମ ପୁଅକୁ କେଉଁଠି ରଖିଓ ଆମେ ଟଙ୍କା ଧରି କେଉଁଠିକି ଆସିବୁ। ଏଥିରେ ଉତ୍ତର ମିଳିଥିଲା ଯେ ଆମେ ଉତ୍ତର ପ୍ରଦେଶର କାନପୁର ସହରରେ ଅଛୁ ଶୀଘ୍ର ଆସ। ଏହାପରେ ଟାକୁ ମାଝୀ ଓ ଗ୍ରାମର କିଛି ବ୍ୟକ୍ତି ଭବାନୀପାଟଣା ଆସି ବିଶ୍ୱନାଥଙ୍କ ସାଙ୍ଗସାଥି ମାନଙ୍କୁ ପଚାରି ବୁଝିବାରୁ ସେମାନେ କହିଥିଲେଯ ଯେ ବିଶ୍ୱନାଥ ଗାକୁ ଯାଇ ଆଉ ଭବାନୀପାଟଣା ଆସିନାହାନ୍ତି। ଏହାପରେ ଟାକୁ ମାଝୀ ନିଜ ଗ୍ରାମକୁ ଫେରିଯାଇଥିଲେ। କିନ୍ତୁ ଟାକୁ ମାଝୀ ଓ ଗ୍ରାମ ବାସୀଙ୍କୁ କଥାଟା ହଜମ ହେଲାନି, କାରଣ ମାତ୍ର ପନ୍ଦର ହଜାର ଟଙ୍କା ପାଇଁ ଅପହରଣକର୍ତ୍ତା ବିଶ୍ୱନାଥଙ୍କୁ ଉତ୍ତର ପ୍ରଦେଶର କାନପୁର ନେଇଯିବା ଓ ସେଠାରୁ ଫୋନ କରିବା। ତେଣୁ କିଛି ଗ୍ରାମବାସୀଙ୍କ ଉପଦେଶକ୍ରମେ ଟାକୁ ମାଝୀ ଥୁ.ରାମପୁର ଥାନାରେ ଏତାଲା ଦେଇଥିଲେ। ପୋଲିସ ଏବାବାଦରେ ଏକ ଅପହରଣ ମାମଲା ୠଜ୍ଜୁ କରି ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି।

You may have missed