November 28, 2024

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ

Share

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ

ପାରଳାଖେମୁଣ୍ଡି:୧୨/୮(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ଵାରା ଏକ ମାମଲାରେ ବିଚାରଧୀନ ଜଣେ ନାବାଳକ ଦଣ୍ଡିତ ହୋଇଥିବା ଜଣାଯାଇଛି
ଆଜି କିଶୋର ନ୍ୟାୟ ପରିଷଦ ଗଜପତି , ଜଣେ ବିଚାରଧୀନ ନାବାଳକକୁ ଏକ ହତ୍ୟା ମାମଲାର ବିଚାର କରି ପରିଷଦର ପ୍ରିନିସିପାଲ ମାଜିଷ୍ଟ୍ରେଟ ଶ୍ରୀ ସତ୍ୟବ୍ରତ ରଣା ଏବଂ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୨ବର୍ଷ ୩ ମାସ ଦୋଷ ଦଣ୍ଡ ସାବ୍ୟସ୍ତ କରିଛନ୍ତି ।ନାବାଳକର ଚରିତ୍ରରେ ସୁଧାର ଆଣିବା ପାଇଁ ତାର ପାଠପଢା ଓ ଦକ୍ଷତା ବିକାଶ ପାଇଁ ତାକୁ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ଆବାସ ରେ ରହିବା ପାଇଁ ନିର୍ଦ୍ଦେଶଦେଇଛନ୍ତି
ଏହା ରାୟଗଡ ଥାନା କେଶ ନଂ ୫୪/-୧୩/୬/୨୧ ଟ/ଝ ୩୦୨/୩୪ ଭାରତୀୟ ପିଙ୍ଗଳ କୋଡ଼ ଦଫା ଅନୁସାରେ ମକଦ୍ଦମା ଚାଲିଥିଲା ।ଉକ୍ତ ମକଦ୍ଦମାଟିକୁ ସରକାରୀ ଓକିଲ ଶ୍ରୀ ପାଣ୍ଟାଲା ପ୍ରସାଦ ରାଓ ଏବଂ ନାବାଳକ ତରଫରୁ ଶ୍ରୀ ରଜତ କୁମାର ପାତ୍ର ପରିଚାଳନା କରିଥିଲେ ।