August 27, 2026

ବୁଗୁଡ଼ାରେ ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ଚକ୍ଷୁ ପରୀକ୍ଷା ଶିବିର 

IMG-20260712-WA0058
Share

ବୁଗୁଡ଼ା : ତା ୧୨/୦୭/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଏବଂ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ କରଚୁଲି ବ୍ଯାଘ୍ରମ୍ବରି ମଠର ସ୍ବାମୀ ସତ୍ଯାନନ୍ଦ ଗିରି ଉଦଘାଟନ କରିଥିବା ବେଳେ ଏଥିରେ ୩୧ ଜଣ ବ୍ଯକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଏବଂ ୪୬ ଜଣ ବ୍ଯକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସ୍ଥାନୀୟ ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ବାବଧାନରେ ଭଞ୍ଜନଗର ବ୍ଲଡ ବ୍ଯାଙ୍କ କର୍ତ୍ତୃପକ୍ଷ ରକ୍ତ ରକ୍ତ ସଂଗ୍ରହ କରିଥିଲା ବେଳେ ବ୍ରହ୍ମପୁରସ୍ଥ ରୁବି ଆଇ ହସ୍ପିଟାଲ ଡାକ୍ତର ସନୁମଲଙ୍କ ଦ୍ବାରା ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେବା ସପ୍ତାହ ପାଳନ ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ।