July 13, 2026

 “ଜଳ ଓ ଉଦ୍ଭିଦ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ” “ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର -୨୦୨୬

IMG-20260712-WA0050
Share

ସମ୍ବଲପୁର -ତା: ୧୨/୦୭/୨୦୨୬-

ଆଜି ‘ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ତ୍ରୟୋଦଶତମ ରବିବାସରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ୨୩ଟି ବିଦ୍ୟାଳୟରୁ ୪୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଆଜି ପ୍ରାରମ୍ଭରେ ପ୍ରାର୍ଥନା ପରେ ବିଶିଷ୍ଠ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଶିକ୍ଷlର୍ଥୀଙ୍କୁ ସୁସ୍ଥ ଶରୀର ଓ ମନ ପାଇଁ କେତେକ ଆବଶ୍ୟକୀୟ ଯୋଗ ଶିକ୍ଷl ଦେଇଥିଲେ।

ପ୍ରଥମ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷା’ କାର୍ଯ୍ୟକ୍ରମରେ ‘ଜଳ ଓ ଉଦ୍ଭିଦ – ପରସ୍ପରର ପରିପୂରକ’ ବିଷୟ ଉପରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଉଦିତ ଚନ୍ଦ୍ର ପାଟ୍ଟଯୋଶୀ ଆଲୋଚନା କରି ଜଳ ଓ ଉଦ୍ଭିଦ ସୁରକ୍ଷିତ ରହିଲେ ଏ ସଭ୍ୟତା ତିଷ୍ଠିବ ବୋଲି ଶିକ୍ଷlର୍ଥୀଙ୍କୁ କହିଥିଲେ

 

ଦ୍ବିତୀୟ ଅଧିବେଶନରେ ‘ସ୍ବାସ୍ଥ୍ୟ ସଚେତନତା ଶିକ୍ଷା’ କାର୍ଯ୍ୟକ୍ରମରେ ସମ୍ବଲପୁରର ଅଇଁଠାପାଲିସ୍ଥିତ ଜନ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷ କୁମାର ସାହୁ ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍, ମୋବାଇଲ୍ ଫୋନ୍ ତଥା ନିଶା ଦ୍ରବ୍ୟର ବହୁଳ ବ୍ୟବହାର କିପରି ପିଲାଙ୍କ ଶରୀର ଓ ମନ ଉପରେ କୁପ୍ରଭାବ ପକାଉଛି ସେ ସମ୍ପର୍କ ରେ ସବିଶେଷ ଆଲୋଚନା କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ଉପ-ସଭାପତି ଡ଼.ଶଙ୍କର ପ୍ରସାଦ ପତି, ସଭ୍ୟ-ସଂପାଦକ ଶ୍ରୀ ରଘୁନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡା ତଥା ଶ୍ରୀ ଅଶୋକ କୁମାର ମିଶ୍ର ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ-ସଂଯୋଜକ

ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,

ଡଃ ଗିରିଧାରୀ ହୋତା, ହରି ନାରାୟଣ ପଣ୍ଡା ଓ ପୃଥ୍ୱୀରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।