ମୁନିଗୋସେଇଁ ମଠ ରେ ବିଜେପି ର ପୁରାତନ କାର୍ଯ୍ୟକର୍ତ୍ତା ସମ୍ମିଳନୀ ..
ତିର୍ତ୍ତୋଲ ତା 12/7/2027 ତିର୍ତ୍ତୋଲ ବ୍ଲକ, ତେନ୍ତୁଳିପଦା ଗ୍ରାମପଞ୍ଚାୟତ ଅଧିନ, ଆଦିକବି ସାରଳାଦାସ ଙ୍କ ସମାଧିପୀଠ, ମୁନିଗୋସେଇଁ ମଠ ର, ଆଦିକବି ସାରଳାଦାସ ଭବନ ରେ ଗତ ରବିବାର ଦିନ ମଧ୍ୟାହ୍ନ ରେ ତିର୍ତ୍ତୋଲ ବ୍ଲକ ସ୍ତରୀୟ ବିଜେପି ର ପୁରାତନ କାର୍ଯ୍ୟକର୍ତ୍ତା ସମ୍ମିଳନୀ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ବିଜେପି ନେତା ତଥା ସମାଜସେବୀ ପତିତପାବନ ହୋତା ଙ୍କ ସଭାପତିତ୍ୱ ର ଆୟୋଜିତ ଏହି ସମ୍ମିଳନୀ ରେ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବିଜୟ କୁମାର ବିଶ୍ୱାଳ, ସୁଧୀର ରଞ୍ଜନ ପଣ୍ଡା ଓ ସୟଦ ରେଜିଆ ରସୁଲ ପ୍ରମ୍ମୁଖ ଯୋଗଦେଇ ଥିବାବେଳେ, ମହେଶ ଚନ୍ଦ୍ର ନାୟକ ମଞ୍ଚପରିଚାଳନା କରିଥିଲେ l ରଜନୀକାନ୍ତ ରାଉଳ ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ଆବାହକ ନିରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ତେବେ ସଭାର ଆରମ୍ଭରୁ ଶେଷପର୍ଯ୍ୟନ୍ତ, ବହୁ ବିଜେପି କର୍ମୀ ସାମ୍ପ୍ରତିକ ପ୍ରଶାସନିକ ଵିଧିବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ନବନିଯୁକ୍ତ କର୍ମକର୍ତ୍ତା ମାନେ ସାଧାରଣଲୋକ ଓ ତୃଣମୂଳ ସ୍ତରର କର୍ମୀ ମାନଙ୍କପ୍ରତି ଅଣଦେଖା ଓ ଅବହେଳା କରି ଚାଲି ଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ l ଆଗାମୀଦିନରେ ତିର୍ତ୍ତୋଲ ବ୍ଲକ, ତହସିଲ ଓ ଥାନା ରେ, ସମସ୍ତ ଅନିୟମିତତା କାର୍ଯ୍ୟର ତଦନ୍ତ ଓ ଦୃଢ଼ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ, ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ବୋଲି, ଏହି ସମ୍ମିଳନୀ ରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ସୋମବାର ଦିନ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେବାପାଇଁ ଆହ୍ୱାନ ଦିଆଯାଇଥିଲା l ଏଥିରେ ତିର୍ତ୍ତୋଲବ୍ଲକ ଅଧିନ ସମସ୍ତ ପଞ୍ଚାୟତ ର ପୁରାତନ କର୍ମକର୍ତ୍ତା ଓ ତୃଣମୂଳସ୍ତରର କର୍ମୀମାନେ ସାମିଲ ହେବେବୋଲି ଚେତାବନୀ ଦିଆଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
