ଆଜିର ଖବର..
୧-୬ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ, ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ।
୨-ବିପଦ ମୁହଁରେ ହୀରାକୁଦ ନଦୀବନ୍ଧ,୩୦% ଫାଟକରୁ ଲିକ୍ ହେଉଛି ପାଣି।
୩-ଭୁବନେଶ୍ୱର:ଦରଦାମ ଚାପରେ ଖାଉଟି କଲବଲ, ଓଡ଼ିଶା ଦ୍ବିତୀୟ ମହଙ୍ଗା ବଜାର, ମୁଦ୍ରାସ୍ଫୀତି ୬% ପାର।
୪-କ୍ଯାମ୍ପସରେ ଜମୁଛି ପ୍ରଚାର: ଶ୍ରେଣୀ ଗୃହ, ହଷ୍ଟେଲ ବୁଲିଲେ, ଚାଟ୍,ଗୁପଚୁପ୍ ଓ ଚକୋଲେଟ୍ ଖୁଆଇଲେ।
୫-୨୦ରୁ ଅଧିକ କଲେଜରେ ନିର୍ବାଚନ ବାତିଲ: ବୋମାମାଡ, ଗୋଷ୍ଠୀ ସଂଘର୍ଷ ଅଣାୟତ୍ତ।
୬-ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ପୂଜା ପାଇଁ “ଗ୍ରାଉଣ୍ଡ ଭଡ଼ା” ସମ୍ପୂର୍ଣ୍ଣ ଛାଡ଼, ରାଜ୍ୟ ସରକାରଙ୍କ ନିଷ୍ପତ୍ତି।
୭-ବ୍ରହ୍ମପୁର:ନକଲି ମସଲା ମିଲ ଉପରେ ପୁଲିସର ଚଢଉ : ୩୦ କୁଇଣ୍ଟାଲ ନକଲି ମସଲା ସହ ୪ ମିଲିଙ୍ଗ୍ ମେସିନ୍ ଜବତ।
୮-ଯାଜପୁର ଧର୍ମଶାଳା ABEO, ଜୟଦେବ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ ଜାରି।
୯-ପାରଦୀପ ବନ୍ଦରର ଆଉ ଏକ ନୂଆ ରେକର୍ଡ, ଗୋଟିଏ ଦିନରେ ୧, ୪୦, ୨୨ ମେଟ୍ରିକ ଟନ୍ କୋଇଲା ଲୋଡିଂ ହେଲା।
୧୦-ପୁରୀ ବାଇପାସରେ ସିରିଜ ଦୁର୍ଘଟଣା ଘଟାଇଲା EV କାର୍, ୭ଟି ଗାଡ଼ିକୁ ଧକ୍କା ଦେଇ ଖେଳାଇଲା ଆତଙ୍କ।
୧୧-ଗଜପତି:ଜୁଆ ଆଡ୍ଡାରେ ପୋଲିସର ରେଡ୍, ୭୦ ଜୁଆଡି ଗିରଫ, ୧୨ଲକ୍ଷ ଟଙ୍କା ସହ ୯ଟି କାର୍ ଜବତ।
୧୨-ହକି ଓଡ଼ିଶାକୁ ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍, ବିଜେପି ସରକାର ଉପରେ ବର୍ଷିଲା ବିଜେଡି, ଏହା କ’ଣ ଆପଣଙ୍କ ଅସ୍ମିତା ?
୧୩-ରେଳବାଇରେ ୩,୫୪୮ ପଦବୀ ଖାଲି, ଦରମା ୩୫,୪୦୦ ଟଙ୍କା; ଅନଲାଇନ୍ ଆବେଦନ କରିବେ।
୧୪-ଜନ୍ତର ମନ୍ତରରେ ଆଉ ଶୁଭିବନି ନାରା, ହେବନି କୌଣସି ପ୍ରଦର୍ଶନ; ଦିଲ୍ଲୀ ପୋଲିସ ନେଲା ବଡ଼ ନିଷ୍ପତ୍ତି।
୧୫-CJIଙ୍କୁ କଂଗ୍ରେସର ଖୋଲା ଚ୍ୟାଲେଞ୍ଜ: ‘ଆଇନ-ଶୃଙ୍ଖଳା ସମ୍ଭାଳିପାରୁନାହାନ୍ତି ତ ଇସ୍ତଫା ଦିଅନ୍ତୁ, ଅନ୍ୟ ବିକଳ୍ପ ଖୋଜିନେବୁ’।
୧୬-ଆର୍ଟ ଜଗତରେ ନୂଆ ଇତିହାସ: ତୈୟବ ମେହେଟ୍ଟାଙ୍କ ପେଣ୍ଟିଂ ଭାଙ୍ଗିଲା ସବୁ ରେକର୍ଡ।ପେଣ୍ଟିଂ ନିଲାମୀରେ ରେକର୍ଡ ୬୯.୧ କୋଟି ଟଙ୍କା।
୧୭-ଶ୍ରୀନଗର:LoC ନିକଟରେ ବାରୁଦ ସୁରଙ୍ଗ ବିସ୍ଫୋରଣ; ଲସ୍କରର ଟପ୍ କମାଣ୍ଡର ସମେତ ୪ ପାକିସ୍ତାନୀ ଆତଙ୍କବାଦୀ ନିହତ।
୧୮-ନୂଆ ଦିଲ୍ଲୀ:୧୫ରେ ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ।
୧୯-ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ସିରିଜ୍ରୁ ପ୍ରଥମ ଦୁଇ ମ୍ୟାଚ୍ରେ ବାଦ୍ ପଡ଼ିଲେ ପନ୍ତ।
୨୦-ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା, ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ବିଶ୍ୱର ସର୍ବୋଚ୍ଚ ସମ୍ମାନ।
୨୧-ୟୁକ୍ରେନ୍ ଟାର୍ଗେଟରେ ରୁଷର ଟେକ୍ ଜାଏଣ୍ଟ ୟାଣ୍ଡେକ୍ସ, ସପ୍ତାହକ ମଧ୍ୟରେ ତୃତୀୟ ଡାଟା ସେଣ୍ଟର ଉପରେ ଆକ୍ରମଣ।
