ନବରାତ୍ରରେ ସମଲେଇ ମନ୍ଦିରରେ ଭବ୍ୟ ଭଜନ ସନ୍ଧ୍ୟା
ସମ୍ବଲପୁର, ରବିବାର,
ମା’ ସମଲେଶ୍ୱରୀଙ୍କ ପବିତ୍ର ପୀଠରେ ଚାଲିଥିବା ନବରାତ୍ର ମହୋତ୍ସବର ପ୍ରଥମ ଦିନ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ଭଜନ ସନ୍ଧ୍ୟା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମନ୍ଦିର ପରିସରର ଆଧ୍ୟାତ୍ମିକ ପରିବେଶକୁ ଆହୁରି ଭକ୍ତିମୟ କରିଥିଲା। ଭଜନ ଓ ସଙ୍ଗୀତର ମଧୁର ସ୍ୱରରେ ସମଗ୍ର ମନ୍ଦିର ପରିସର ମା’ଙ୍କ ଭକ୍ତିରସରେ ମୁଖରିତ ହୋଇଉଠିଥିଲା।
ଏହି ଭଜନ ସନ୍ଧ୍ୟାକୁ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ଶ୍ରୀ ସଞ୍ଜୟ ବାବୁ ମା’ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରର ପ୍ରତିଷ୍ଠିତ କଳାକାରମାନେ ମା’ଙ୍କ ମହିମାଗାନ କରିବା ସହ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ତ୍ରିଲୋଚନ ତ୍ରିପାଠୀ, ରାହୁଲ କୁମାର, ରାଜକୁମାର ଜାଲ, ଚେତନାମୟୀ ବେହେରା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ସିଲକି ବହିଦାର ପ୍ରମୁଖ ନିଜର ସୁମଧୁର କଣ୍ଠରେ ଭଜନ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ଭକ୍ତିଭାବରେ ଆପ୍ଲୁତ କରିଥିଲେ। ବାଦ୍ୟଯନ୍ତ୍ରରେ ନୀତିଶ କୁମାର ଗୁରୁ, ଅନିରୁଦ୍ଧ ବାଗ, ଗୌର ମହାନନ୍ଦ, ସାଗର ସୁନା, ରାଧେଶ୍ୟାମ, ଲଳିତ ରାୟ, ଗୋବିନ୍ଦ ମାହାଣା, ଆର୍ୟନ ଓ ରୋଶନ ପ୍ରମୁଖ ସହଯୋଗ କରିଥିଲେ। ଶ୍ରୀ ତ୍ରିଲୋଚନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଜକୁମାର ଜାଲ ସଂଯୋଜନା କରିଥିଲେ। ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ପ୍ରଫୁଲ୍ଲ ହୋତା, ହେମନ୍ତ ମିଶ୍ର ଓ ଦେବ କୁମାର ଅଜମେରିଆ ପ୍ରମୁଖ ଓ ଗୁରୁ ରତନ ପୂଜାରୀ ଉପସ୍ଥିତ ଥିଲେ।
ନବରାତ୍ର ମହୋତ୍ସବର ଧାର୍ମିକ ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିବା ସହ ମା’ ସମଲେଶ୍ୱରୀଙ୍କ ଆରାଧନାରେ ଏକ ସୁନ୍ଦର ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ଏହି ଭଜନ ସନ୍ଧ୍ୟା। ଏପରି ଆୟୋଜନ ଭକ୍ତମାନଙ୍କ ମନରେ ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଭକ୍ତି ଓ ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ କରିଥିଲା। ଉପସ୍ଥିତ ଭକ୍ତମାନେ ଏପରି ଭଜନ ସନ୍ଧ୍ୟା ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବା ସହ ଯୁବପିଢ଼ିଙ୍କୁ ଭକ୍ତି ସଙ୍ଗୀତ ଓ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ କରିବ ବୋଲି ମତପ୍ରକାଶ କରିଥିଲେ। ନିଜ ଉଦ୍ବୋଧନରେ ଟ୍ରଷ୍ଟ ବୋର୍ଡର ସଭାପତି ଶ୍ରୀ ସଞ୍ଜୟ ବାବୁ କହିଥିଲେ ଯେ, ସମଲେଶ୍ୱରୀ ପୀଠ କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ନୁହେଁ, ଏହା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ନବରାତ୍ର ଭଳି ପବିତ୍ର ଅବସରରେ ଏପରି ଭଜନ ସନ୍ଧ୍ୟା ଆୟୋଜନ ଭକ୍ତମାନଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିବା ସହ ନୂତନ ପିଢ଼ିଙ୍କୁ ଆମ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ି ରଖିବ ବୋଲି ସେ ମତପ୍ରକାଶ କରିଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତ କଳାକାର, ବାଦ୍ୟଯନ୍ତ୍ରବାଦକ, ସହଯୋଗୀ ଓ ଉପସ୍ଥିତ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।
ନବରାତ୍ରରେ ସମଲେଇ ମନ୍ଦିରରେ ଭବ୍ୟ ଭଜନ ସନ୍ଧ୍ୟା
ସମ୍ବଲପୁର,୧୧.୧୦:ମା’ ସମଲେଶ୍ୱରୀଙ୍କ ପବିତ୍ର ପୀଠରେ ଚାଲିଥିବା ନବରାତ୍ର ମହୋତ୍ସବର ପ୍ରଥମ ଦିନ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ଭଜନ ସନ୍ଧ୍ୟା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମନ୍ଦିର ପରିସରର ଆଧ୍ୟାତ୍ମିକ ପରିବେଶକୁ ଆହୁରି ଭକ୍ତିମୟ କରିଥିଲା। ଭଜନ ଓ ସଙ୍ଗୀତର ମଧୁର ସ୍ୱରରେ ସମଗ୍ର ମନ୍ଦିର ପରିସର ମା’ଙ୍କ ଭକ୍ତିରସରେ ମୁଖରିତ ହୋଇଉଠିଥିଲା।
ଏହି ଭଜନ ସନ୍ଧ୍ୟାକୁ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ଶ୍ରୀ ସଞ୍ଜୟ ବାବୁ ମା’ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରର ପ୍ରତିଷ୍ଠିତ କଳାକାରମାନେ ମା’ଙ୍କ ମହିମାଗାନ କରିବା ସହ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ତ୍ରିଲୋଚନ ତ୍ରିପାଠୀ, ରାହୁଲ କୁମାର, ରାଜକୁମାର ଜାଲ, ଚେତନାମୟୀ ବେହେରା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ସିଲକି ବହିଦାର ପ୍ରମୁଖ ନିଜର ସୁମଧୁର କଣ୍ଠରେ ଭଜନ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ଭକ୍ତିଭାବରେ ଆପ୍ଲୁତ କରିଥିଲେ। ବାଦ୍ୟଯନ୍ତ୍ରରେ ନୀତିଶ କୁମାର ଗୁରୁ, ଅନିରୁଦ୍ଧ ବାଗ, ଗୌର ମହାନନ୍ଦ, ସାଗର ସୁନା, ରାଧେଶ୍ୟାମ, ଲଳିତ ରାୟ, ଗୋବିନ୍ଦ ମାହାଣା, ଆର୍ୟନ ଓ ରୋଶନ ପ୍ରମୁଖ ସହଯୋଗ କରିଥିଲେ। ଶ୍ରୀ ତ୍ରିଲୋଚନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଜକୁମାର ଜାଲ ସଂଯୋଜନା କରିଥିଲେ। ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ପ୍ରଫୁଲ୍ଲ ହୋତା, ହେମନ୍ତ ମିଶ୍ର ଓ ଦେବ କୁମାର ଅଜମେରିଆ ପ୍ରମୁଖ ଓ ଗୁରୁ ରତନ ପୂଜାରୀ ଉପସ୍ଥିତ ଥିଲେ।
ନବରାତ୍ର ମହୋତ୍ସବର ଧାର୍ମିକ ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିବା ସହ ମା’ ସମଲେଶ୍ୱରୀଙ୍କ ଆରାଧନାରେ ଏକ ସୁନ୍ଦର ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ଏହି ଭଜନ ସନ୍ଧ୍ୟା। ଏପରି ଆୟୋଜନ ଭକ୍ତମାନଙ୍କ ମନରେ ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଭକ୍ତି ଓ ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ କରିଥିଲା। ଉପସ୍ଥିତ ଭକ୍ତମାନେ ଏପରି ଭଜନ ସନ୍ଧ୍ୟା ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବା ସହ ଯୁବପିଢ଼ିଙ୍କୁ ଭକ୍ତି ସଙ୍ଗୀତ ଓ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ କରିବ ବୋଲି ମତପ୍ରକାଶ କରିଥିଲେ। ନିଜ ଉଦ୍ବୋଧନରେ ଟ୍ରଷ୍ଟ ବୋର୍ଡର ସଭାପତି ଶ୍ରୀ ସଞ୍ଜୟ ବାବୁ କହିଥିଲେ ଯେ, ସମଲେଶ୍ୱରୀ ପୀଠ କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ନୁହେଁ, ଏହା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ନବରାତ୍ର ଭଳି ପବିତ୍ର ଅବସରରେ ଏପରି ଭଜନ ସନ୍ଧ୍ୟା ଆୟୋଜନ ଭକ୍ତମାନଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିବା ସହ ନୂତନ ପିଢ଼ିଙ୍କୁ ଆମ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ି ରଖିବ ବୋଲି ସେ ମତପ୍ରକାଶ କରିଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତ କଳାକାର, ବାଦ୍ୟଯନ୍ତ୍ରବାଦକ, ସହଯୋଗୀ ଓ ଉପସ୍ଥିତ ଭକ୍ତମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା।