October 11, 2026

ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ‘ଭାରତରେ ଗଣତନ୍ତ୍ରର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର ଦେଶରେ ଅନେକ ଜନ୍ତରମନ୍ତର ତିଆରି କରି ରାଜରାସ୍ତାକୁ ଲୋକଙ୍କ ସମସ୍ୟା ନେଇ ଓହ୍ଲାଇବା ପାଇଁ ଆହ୍ୱାନ 

IMG-20261011-WA0057
Share

 

ସମ୍ବଲପୁର, ୧୧/୯: ଆଜି ସମ୍ବଲପୁର ସାମ୍ବାଦିକ ଭବନଠାରେ ପ୍ରୋଗ୍ରେସିଭ ସମ୍ବଲପୁର ଓ ଜୟ ପ୍ରକାଶ ନାରାୟଣ ସ୍ମୃତି କମିଟି ମିଳିତ ଆନୁକୁଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣ ଙ୍କ ଜୟନ୍ତୀରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ‘ଭାରତରେ ଗଣତନ୍ତ୍ରର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।

 

ଏହି ସଭାରେ ବର୍ତ୍ତମାନ ଭାରତରେ ଗଣତନ୍ତ୍ର ଉପରେ ହେଉଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଥିଲା। ବିଶେଷ ଭାବରେ ଜନଆନ୍ଦୋଳନ ଗୁଡ଼ିକୁ ସରକାରୀ କଳ ଓ ଶକ୍ତି ପ୍ରୟୋଗ ମାଧ୍ୟମରେ ଦମନ କରିବା, ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିବା ଏବଂ ମିଥ୍ୟା ମାମଲା ରୁଜୁ କରି ସେମାନଙ୍କ ସ୍ୱରକୁ ଚପାଇଦେବାର ପ୍ରୟାସକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା।

 

ସେହିପରି ଜାତି ଓ ଧର୍ମ ନାମରେ ସମାଜକୁ ବିଭାଜିତ କରିବା ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧରେ ବ୍ୟବହାର କରାଯାଉଥିବା ପଦକ୍ଷେପଗୁଡ଼ିକୁ ସଭାରେ ଦୃଢ଼ ନିନ୍ଦା କରାଯାଇଥିଲା। ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା, ମତପ୍ରକାଶର ସ୍ୱାଧୀନତା ଏବଂ ଜନଆନ୍ଦୋଳନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦେଶର ଗଣତନ୍ତ୍ର ଓ ସମ୍ବିଧାନ ର ସୁରକ୍ଷା ପାଇଁ କେବଳ ନିର୍ବାଚନ, ସଂସଦ କିମ୍ବା ସୁପ୍ରିମ କୋର୍ଟ କୁ ଭରସା କରିବା ନୁହେଁ ଅଧିକାର ପାଇଁ ରାଜରାସ୍ତା କୁ ଆସିବା ଆବଶ୍ୟକ ବୋଲି ବକ୍ତା ମାନେ ମତ ରଖିବା ସହିତ ନିଜକୁ କେଭେ ଆକ୍ରମଣ ହେବ ତାକୁ ଅପେକ୍ଷା ନ କରି ଅନ୍ୟ ମାନଙ୍କ ଉପରେ ହେଉଥିବା ଅଗଣତାନ୍ତ୍ରିକ ଆକ୍ରମଣ କୁ ବିରୋଧରେ ଲଢ଼େଇ ର ସ୍ୱର କୁ ଶାଣିତ କରିବା ଆବଶ୍ୟକ ବୋଲି ବିଶିଷ୍ଟ ଚାଷୀ ନେତା ତଥା ଆଜିର ମୁଖ୍ୟବକ୍ତା ମତ ପ୍ରକାଶ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଯୁବକ ଛାତ୍ର ମାନଙ୍କ ଆନ୍ଦୋଳନ ର ପ୍ରତିଫଳନ ସମ୍ବଲପୁର ରେ ମଧ୍ୟ ଆବଶ୍ୟକ ବୋଲି ଆଜିର ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଭବାନୀ ହୋତା ଅହୱାନ କରିଥିଲେ। ସଭା ଆରମ୍ଭରେ ଶ୍ରମିକ ନେତା ତଥା ପୂର୍ବତନ ଏସ ଡି ଏ ଅଧ୍ୟକ୍ଷ ବିଜୟ ମହାନ୍ତି ଇତିହାସ ପୃଷ୍ଠାରେ ଜୟପ୍ରକାଶ ନାରାୟଣ ଙ୍କ ଭୂମିକା ସହ ବର୍ତ୍ତମାନ ଦେଶରେ ସମ୍ପୂର୍ଣ୍ଣ କ୍ରାନ୍ତି ଭଳିଆ ଏକ ଜନ ଆନ୍ଦୋଳନ ର ଆବଶ୍ୟକ ରହିଥିବା ମତ ରଖିଥିଲେ। ଶ୍ରମିକ ନେତା ଗୋକୁଳ ମେହେର ଆଜିର ସଭାରେ ସଭାପତିତ୍ୱ କରିଥିବା ବେଳେ ଅଜିର ଆଲୋଚନା ଚକ୍ର ରେ ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ସଂଜିତ ମହାନ୍ତି, ରାଧାକାନ୍ତ ବୋହିଦାର, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ଭକ୍ତ ପ୍ରସାଦ ନନ୍ଦ, ଗଦାଧର କୁଅଁର, ଭବାନୀ ବାବୁ, କବିତା ପୁରୋହିତ, ସବିତା ଆଚାର୍ଯ୍ୟ, ମୋହମ୍ମଦ ସନୱାଲା, ସରୋଜ ସାହୁ, ମୋହମ୍ମଦ ଇସାକ୍, ପ୍ରଶାନ୍ତ ଥାପା, ବାଲ୍ମିକୀ ନାୟକ, ଅଶ୍ୱିନୀ ସାହୁ, ଦୁଲାଲ ରାଏ, ତପନ ଗୁରୁ, ଭାସ୍କର ନାୟକ, ତ୍ରିନାଥ ରନବେଡା, ବିଜୟ ଅଜମେରିଆ, ମାନ ଭଞ୍ଜନ ପଶାୟତ ପ୍ରମୁଖ ଉପସ୍ଥିତ ରହି ଥିଲେ।

You may have missed