ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ
ବୁଗୁଡ଼ା : ତା ୧୨/୦୭/୨୬ : ଆସନ୍ତା ଜୁଲାଇ ୧୬
ତାରିଖ ଦିନ ହେବାକୁ ଯାଉଥିବା ଗୁଣ୍ଡିଚାଯାତ୍ରା ଉପଲକ୍ଷେ
ବୁଗୁଡ଼ା ବଡ଼ଦାଣ୍ଡସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ
ଜୋରସୋରରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ରଥର ଚକ
ଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି, ନାହାକ କୁମ୍ଭ ଓ ଚାରି ପୁର
ଛନ୍ଦ କାମ, ଅଁଳା ଶ୍ରୀ, କଳସ ଉଠାଣ,ଶୁଆ ବନ୍ଧା କାମ ସରିଥିବା ବେଳେ କେବଳ ବେଦି ଘର କାମ କରିବାକୁ ରହିଛି । ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ରଥ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘ ନେତୃତ୍ତ୍ଵରେ ରବିନ୍ଦ୍ର କୁମାର ଘଡେଇଙ୍କ ଦ୍ବାରା ଚାଲିଅଛି । ଅନ୍ୟପକ୍ଷରେ ଠାକୁର ଅଣସର ଘରେ ଥିବାବେଳେ ଶିଳ୍ପୀ ଗୋବର୍ଦ୍ଧନ ମହାପାତ୍ରଙ୍କ ଦ୍ବାରା ବନକ କାର୍ଯ୍ୟ ଚାଲୁରହିଛି ।ସ୍ଥାନୀୟ ବଳଦେବ ସ୍ବାମୀ ମନ୍ଦିର ପରିଚାଳନା କମିଟିର ତତ୍ତ୍ବାବଧାନରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏ ବର୍ଷର ରଥ ଯାତ୍ରାକୁ ଲୋକେ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।
