April 24, 2026

୧୭ ଜଣ କନିଷ୍ଠ ଶିକ୍ଷକ ନିୟମିତ ହେଲେ

IMG-20250712-WA0115
Share

 

 

ଗଞ୍ଜାମ=ପ୍ରଦୀପ କୁମାର ପଣ୍ଡା

 

 

ଗଞ୍ଜାମ ବ୍ଲକର କାର୍ଯ୍ୟରତ ୧୭ ଜଣ କନିଷ୍ଠ ଶିକ୍ଷକ ଙ୍କୁ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। ୨୦୧୯ ମସିହାରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଏବଂ ଛଅ ବର୍ଷ କାର୍ଯ୍ୟ କରିଥିବା କନିଷ୍ଠ ଶିକ୍ଷକ ମାନଙ୍କୁ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନିତା କୁମାରୀ ମିଶ୍ର, ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରା, ଭବାନୀ ପଟ୍ଟନାୟକ, ରାଜ୍ୟ ପିଷ୍ଟା ଏନପିଏସ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର

ବେହେରା, ବ୍ଲକ ପୀଷ୍ଟା ସଂଘର ସଭାପତି ଗଜେନ୍ଦ୍ର ମାଝୀ, ସମ୍ପାଦକ ଲକ୍ଷ୍ମଣ ନାହାକ, ଗଞ୍ଜାମ ବ୍ଲକର ସିଆରସିସି ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ନିୟମିତ ନିଯୁକ୍ତି ପତ୍ର ପ୍ରଦାନ

କରାଯାଇଥିଲା। ନିୟମିତ ହୋଇଥିବା କନିଷ୍ଠ ଶିକ୍ଷକ ମାନେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।