April 25, 2026

CBSE ପରୀକ୍ଷା ରେ ୯୫% ନମ୍ବର ରଖି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି ସନ୍ତୋଷୀ

IMG-20260425-WA0003
Share

 

ଚଳିତ ବର୍ଷ CBSE ପରୀକ୍ଷାରେ ପୁରୀ DAV ପବ୍ଲିକ ସ୍କୁଲର ଛାତ୍ରୀ ସନ୍ତୋଷୀ ମହାପାତ୍ର ୯୫%ମାର୍କ ରଖି ନିଜ ସ୍କୁଲ ଠାରୁ ଆରମ୍ଭ କରି ପରିବାର ଏବଂ ବନ୍ଧୁବାନ୍ଧବଙ୍କର ପ୍ରିୟପାତ୍ର ହେବା ସହିତ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଛନ୍ତି l ସନ୍ତୋଷୀ ଙ୍କ ମା ଗୁଡଲି ସିଂ ମହାପାତ୍ର ଙ୍କ କହିବାନୁସାରେ ସନ୍ତୋଷୀ ସାତମାସ ର ହୋଇଥିବାବେଳେ ସନ୍ତୋଷୀଙ୍କ ପିତା ଆଶୁତୋଷ ମହାପାତ୍ରଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା l ସନ୍ତୋଷୀଙ୍କୁ କେତେବେଳେ ବି ଅସୁବିଧାର ସୁଯୋଗ ନଦେଇ ପାଠପଢା ପ୍ରତି ଗୁରୁତ୍ୱ ଦେଇ ଆସିଛନ୍ତି ତାଙ୍କ ମା l ସନ୍ତୋଷୀ ତାଙ୍କର ଏହି ସଫଳତା ପାଇଁ ସ୍କୁଲ ର ପ୍ରିନ୍ସପାଲ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଟିଉସନ ଶିକ୍ଷକଙ୍କ ସହିତ ମାଉସୀ ଗୀତା ସିଂ ଏବଂ ଜେଜେବାପା ରାମଚନ୍ଦ୍ର ମହାପାତ୍ରଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେବା ସହିତ ଆଗକୁ ଡାକ୍ତର ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ