June 19, 2026

ରୁକୁଣୀଗାଁ ସେବା ସମବାୟ ସମିତି ର ଧାନ ମଣ୍ଡି ପିଣ୍ଡି ଓ ଅଫିସ ଗୃହ ଭିତିପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

IMG-20250612-WA0026
Share

ଛତ୍ରପୁର.ତା.୧୨/୬/୨୦୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ ଅନ୍ତ୍ରଗତ ରୁକୁଣୀଗାଁ ସେବା ସମବାୟ ସମିତି ପକ୍ଷରୁ ସମିତିର ଧାନ ମଣ୍ଡି ପିଣ୍ଡି ଓ ଅଫିସ ଗୃହ ଭିତିପ୍ରସ୍ତର ସ୍ଥାପନ ସହ ସମିତିର ସାଧାରଣ ବୈଠକ 2025-26 ଆର୍ଥିକବର୍ଷ ଅନୁଷ୍ଠିତ ହୋଇଯାଇଅଛି ଉକ୍ତ ଭୂମି ପୂଜନ ଉଦ୍ଘାଟନି ଉତ୍ସବରେ ଉଦ୍ଘାଟକ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣିଗ୍ରାହୀ ବ୍ରହ୍ମପୁର , ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ପହଞ୍ଚି ଥିଲେ ଗ୍ରାମବାସୀ ମାନେ ପ୍ରଥମେ ସାଂସଦ ଓ ବିଧାୟକ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରି ଗ୍ରାମ ପରିକ୍ରମା କରି ଉଦ୍ଘାଟନ ସ୍ଥଳ କୁ ନେଇ ଥିଲେ pwd ବିଭାଗ ଦ୍ଵାରା ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଧାନ ମଣ୍ଡି ପିଣ୍ଡି ଓ ଅଫିସ ଗୃହ ର ଭିତି ପ୍ରସ୍ତର ସ୍ଥାପନ କରିଥିଲେ ଏହି କାର୍ଯକ୍ରମ ରେ ସୁଶ୍ରୀ ଯୋଗମାୟା ସାବତ ମାନ୍ୟବର ଏ.ଆର.ସି.ଏସ. ଛତ୍ରପୁର , ସରପଞ୍ଚ ଶ୍ରୀମତୀ ପ୍ରତିମା ଦାସ ,ଶ୍ରୀ ରାମଚନ୍ଦ୍ର ପରିଡା ସମିତି ସଭ୍ଯ ,ଶ୍ରୀ ଦୁର୍ଯୋଧନ ପରିଡା ମାନ୍ୟବର ବି ସି ସି ବ୍ୟାଙ୍କ୍ ନିର୍ଦ୍ଧେଷକ ,ଶ୍ରୀଯୁକ୍ତ ସୌଭାଗ୍ୟ ପ୍ରଧାନ ବରିଷ୍ଠ କ୍ଷେତ୍ର ପରିଚାଳକ IFFCO ବ୍ରହ୍ମପୁର,ଶ୍ରୀଯୁକ୍ତ ସୌରଭ କୁମାର ଦଳ ବେହେରା ଶାଖା ପରିଚାଳକ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ଯାଙ୍କ ଲିଃ ଛତ୍ରପୁର ,ଶ୍ରୀଯୁକ୍ତ ବୈରାଗୀ ସ୍ଵାଇଁ ଗ୍ରାମ୍ୟ କୃଷି ଅଧିକାରୀ ବଉଳଗାଁ ,ଶ୍ରୀ ଆଦିକନ୍ଦ ଶତପଥୀ ମାନ୍ୟବର ସଭାପତି ରୁକୁଣୀଗାଁ S.C.S ,ଶ୍ରୀମତୀ ରୁନୁପରିଡା ଉପସଭାପତି ରୁକୁଣୀଗାଁ S.C.S ସହ ପରିଚାଳନା ପରିଷଦ ସଦସ୍ୟ ଶ୍ରୀ ବିଜୟ କୁମାର ପରିଡା ,ଶ୍ରୀ ନାରାୟଣ ପାଢୀ ,ଶ୍ରୀ ଲଚ୍ଛମନ ବେହେରା ,ଶ୍ରୀ ଉପେନ୍ଦ୍ର ପ୍ରସାଦ ପଣ୍ଡା, ଶ୍ରୀମତୀ ଜୟନ୍ତୀ ପରିଡା ,ଶ୍ରୀ ସନ୍ତୋଷ କୁମାର ମିଶ୍ର (ସାମ୍ବାଦିକ ) ,ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା ,ଶ୍ରୀ ତ୍ରିନାଥ ବ୍ରହ୍ମା ,ଶ୍ରୀ ସୁରେନ୍ଦ୍ର ସେଠୀ, ଶ୍ରୀ ପଦ୍ମ ଚରଣ ପରିଡା ,ଶ୍ରୀ ଭିକାରି ଚରଣ ଦାସ ଓ ସମିତି କର୍ମଚାରୀ ଶ୍ରୀ ପଙ୍କଜ କୁମାର ପାତ୍ର ସମ୍ପାଦକ ,ଶ୍ରୀ ତାରିଣୀ ମିଶ୍ର ସହ ସମ୍ପାଦକ ସହ ସମିତିର ସମସ୍ତ ସାଧାରଣ ସଦସ୍ୟ ଓ ସଦସ୍ୟାଙ୍କ ଉପସ୍ଥିତି ଓ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା ।

You may have missed