ଶିଶୁବାଟିକା ଶିକ୍ଷାର ଦ୍ବିତୀୟ ସୋପାନ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଆୟୋଜିତ

ଛତ୍ରପୁର ତା୧୨/୪ /୨୬(ଅରୁଣ କୁମାର ପଣ୍ଡା )ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଶିଶୁ ବାଟିକା ର ଦ୍ବିତୀୟ ସୋପାନ କାର୍ଯ୍ୟକ୍ରମରେ ଅଭିଭାବକମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଆୟୁର୍ବେଦ ଡାକ୍ତର ବିଷ୍ଣୁପ୍ରିୟା ସେଠୀ ଯୋଗ ଦେଇ ଶିଶୁ ମନ୍ଦିର ଶିକ୍ଷା ଦ୍ଵାରା ଶିଶୁ କେବେ କୁପଥଗାମୀ ହେବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ଶିଶୁ ମାନଙ୍କ ଦୈନନ୍ଦିନ ଜୀବନରେ ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାରେ ଅଭିଭାବକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ଯବକ୍ତା ଭାବେ ଦକ୍ଷିଣ ପୂର୍ବ ସମ୍ଭାଗ ଶିଶୁବାଟକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ଯୋଗ ଦେଇ ସମଗ୍ର ବିକାଶ ରେ ବାପାମାଆଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ସଦସ୍ୟ ରାମପ୍ରସାଦ ପଟ୍ଟନାୟକ,ସଦସ୍ୟା ଶ୍ରୀମତି ସୁନୀତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଚାର୍ଯ୍ୟା ବି. ସୁଶୀଳା ଗୁରୁମ୍ମା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଶିଶୁ ବାଟିକା ସଂପର୍କିତ ଖାଦ୍ୟଦ୍ରବ୍ୟର ପ୍ରଦର୍ଶନୀ ସମାରୋହ ଅଭିଭାବକ ଅଭିଭାବିକାମାନେ ଦେଖି ଖୁସିବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଶିଶୁବାଟିକାର ସମସ୍ତ ଅଭିଭାବକ ଓ ଅଭିଭାବିକା ବହୁ ସଂଖ୍ୟାରେ ଯୋଗଦେଇଥିଲେ ।
