ବେଦାନ୍ତ କମ୍ପାନୀ ବିରୋଧରେ ଗର୍ଜିଲେ ଅଞ୍ଚଳବାସୀ ଆମର ଜଙ୍ଗଲ ଆମର ଅଧୋକାର ମରିବୁ ପଛେ ଛାଡ଼ିବୁ ନାହିଁ ପ୍ରଶାସନର ଏକ ଛାତ୍ରବାଦ ଶାସନ ବିରୋଧରେ ଦୁର୍ଗମ ଅଞ୍ଚଳ ବାସୀଙ୍କ ତହସିଲ ଅଫିସ ଘେରାଉ
ଲାଞ୍ଜିଗଡ ୧୨ ।୪(ପୁରନ୍ଦର ଦଣ୍ଡସେନା) କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଅନେକ ଗୁଡ଼ାଏ ଗାଁ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ କ୍ଷ ଏହି ଅଞ୍ଚଲର ଜଙ୍ଗଲ, ପାହାଡ଼ ଝରଣା ସେମାଙ୍କର ବଞ୍ଚିବାର ରାହା ଯୋଗାଇଛି । ଜଙ୍ଗଲ ଜାତ ଦ୍ରବ୍ୟକୁ ସେମାନେ ବିକ୍ରି କରି ନିଜର ଜୀବନଜୀବିକା ନିର୍ବାହ କରିଥାନ୍ତି ହେଲେ ବୈଦେଶିକ କମ୍ପାନୀର ଲୋଲୁପ ଦୃଷ୍ଟି ପଡିଛି ସେହି ଅଞ୍ଚଳ ମାନଙ୍କରେ କ୍ଷ ଲାଞ୍ଜିଗଡ ବ୍ଲକ ପାହାଡ ପଦର ପଞ୍ଚାୟତର ପୁଞ୍ଜିମ ସମେତ ଅନେକ ଅଞ୍ଚଳରେ ପେସା ଆଇନ ୨୦୦୬ ଠିକ ଭାବରେ କାମ କରୁନି 1 ଜଙ୍ଗଲ ଅଧିକାର ଆଇନ ଅଧୀନରେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଆମର ଢଙ୍ଗଲ ଅଧିକାର ଦାବି ଗୁଡିକୁ ପ୍ରକୃକରଣ କରାଯାଉନାହିଁ କିମ୍ବା ସ୍ୱୀକୃତି ମଧ୍ୟ ପ୍ରଦାନ କରାଯାଉନହିଁ । ଜିଲ୍ଲା ପ୍ରଶାସନ ଆଇନଗତ ଅଧିକାରକୁ ଉଲ୍ଲଘନ କରୁଛନ୍ତି । ପାହାଡ଼ ପଦର ପଞ୍ଚାୟତ ଅଧୀନରେ ଥିବା ୨୦୦୪/୭୩୦ ( ୨ହଜାର ୪ ଏକର ୭୩ ଡିସ୍ମିଲ ଜମିକୁ ବିନା ଗ୍ରାମସଭାର ସହମତିରେ କମ୍ପାନୀ ସ୍ୱାର୍ଥ ପାଇଁ
ଲେଣ୍ଡ ବ୍ୟାଙ୍କକୁ ଦିଆଯାଇଛି ଏହା ଆମର ସାମ୍ବିଧାନିକ ଅଧିକାରକୁ ଖୋଲାଖୋଲି ଭାବରେ ଉଲ୍ଲଘନ କରାଯାଇଛି । ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କମ୍ପାନୀର ଦଲାଲ ଗିରି କରି ଅଞ୍ଚଳ ବାସୀଙ୍କୁ ନାଲି ଆଖି ଦେଖାଉଛନ୍ତି ।
ଏହାକୁ ଆମେ କରାଇଦେବୁ ନାହିଁ ଜୀବନ ଥୁବା ପର୍ଯ୍ୟନ୍ତ ମାଁ ମାଟିର ସୁରକ୍ଷା ପାଇଁ ଲଢେଇ ଜାରୀ ରହିବ । ଜଳ, ଜଙ୍ଗଲ, ଜମି ପ୍ରାକୃତିକ ସମ୍ବଳ ଓ ସାଂସ୍କୃତିକ ଐତିହର ସୁରକ୍ଷା ପାଇଁ ପାହାଡ଼ ପଦର ପଞ୍ଚାୟତରେ ଆଇନ ଗତ ଅଧିକାର ପାଇଁ
ଗ୍ରାମ ସଭା ଜୋରିରୀ ଅଟେ ସେଥିପାଇଁ ପେସାଆଇନ କାର୍ଯ୍ୟକାରୀ ହେବାରେ ନିହାତି ଜରୁରୀ ଅଟେ । ପୁଞ୍ଜାମ ଗ୍ରାମର ସୀମା ଭିତରେ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗ୍ରାମସଭା ଓ ପୋଲିସଭା କରିବା ବାଧ୍ୟତା ମୂଳକ କିନ୍ତୁ ବିନା ଗ୍ରାମସଭା ଓ ପୋଲିସଭା ନ କରି ଏକର ଏକର ଜମିକୁ ଅଧିଗ୍ରହଣ କରାଗଲା କାଇଁକି ବୋଲି ଅଞ୍ଚଳ ବାସି ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହାର ସମାଧାନ ନ ହେଲେ ଅଞ୍ଚଳର ହଜାର ହଜାର ଆଦିବାସୀ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଆଜିର ଏହି ବିକ୍ଷୋଭକାର୍ଯ୍ୟକ୍ରମରେ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ସମ୍ପାଦକ ବ୍ରିଟିଶ କୁମାର ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ଜଗଦୀଶ ବେନିଆଁ, ପୂର୍ବତନ ସରପଞ୍ଚ କୁଞ୍ଜ ମାଝୀ, ବିକାଶ ମାଝୀ, ବୈଦ୍ୟନାଥ ନାଏକ, ବନ ମାଝୀ, ଘାଷି ମାଝୀ, ଗୌରଦେଇ ମାଝୀ, ଲିମା ମାଝୀ, ରଂଜିତ ନାଏକ, ଲୋକନାଥ ମାଝୀ ପ୍ରମୁଖ ନେତୃତ୍ବ ନେଇଥିଲେ ।
*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉ ଜ ଉପାନ୍ତ ଖବର*
