May 10, 2026

ବଡମାଧପୁରରେ ୨୪ତମ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ

IMG-20250412-WA0013
Share

ଛତ୍ରପୁର:୧୧/୪/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୪ ବର୍ଷ ଧରି ପ୍ରତି ବର୍ଷ ଏପ୍ରିଲ ୧୦ ତାରିଖରେ ପଞ୍ଚୁଦଣ୍ଡ ମହାମିଳନ ମହା ସମାରୋହରେ ଅନୁଷ୍ଠିତ ହୋଇଆସୁଅଛି। ଏଥିରେ ମହାଛାଇ, ଗୋଲିଆ, ଗୁଣ୍ଠପଡା, ଲେମ୍ବାଇ ଓ ଭ୍ୟାମଶାଳୀ ଆଦି ୫ଟି ଗ୍ରାମର ଦଣ୍ଡ ଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ। ଏହି ମହାମିଳନ ସମୟରେ ଝୁଣାର ମହକରେ ମିଳନ ସ୍ଥଳ ମହକିତ ହୋଇଥିବା ବେଳେ ଢୋଲ ଓ ଝାଞ୍ଜ ନାଦରେ ପ୍ରକମ୍ପିତ ହୋଇଥିଲା। ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ପଞ୍ଚ ଦଣ୍ଡ ଯାତ୍ରା ଦଳର ସାମୂହିକ ଗ୍ରାମ ପରିକ୍ରମା କାଳରେ ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ କୁମ୍ଭ ବଢା ହେବା ସହ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏଠାରେ ପଞ୍ଚ ଦଣ୍ଡ ଦଳର ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ, ସନ୍ଧ୍ୟା ଆଳତି ଓ ରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପଞ୍ଚୁଦଣ୍ଡ ଯାତ୍ରା କମିଟି ଓ ବଡମାଧପୁର ଗ୍ରାମବାସୀଙ୍କ ସହଯୋଗରେ ପରିଚାଳନା କରାଯାଇଥିଲାଏହି ପଞ୍ଚୁଦଣ୍ଡ ଯାତ୍ରାରେ ମା ଦଣ୍ଡ କାଳୀଙ୍କ ଦର୍ଶନ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଁଚି ମାଙ୍କ ଆଳତି ଦର୍ଶନ କରିଥିଲେ ଓ ବିଧାୟକ ଙ୍କ ସହ ଯୁବ ନେତା ବନୋଜ ନାହାକ, ପୂର୍ବତନ ସମିତିସଭ୍ୟ N ଦୁର୍ୟୋଧନ ରେଡ୍ଡୀ,ମହାନାଦପୁର ପୂର୍ବତନ ସରପଞ୍ଚ ଅଶୋକ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଜ୍ୟୋତି ରଞ୍ଜନ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ S କିଶୋର ରେଡ୍ଡୀ ଓ ଅନ୍ୟ ନେତା ମାନେ ଓ ମାଧପୁର ଗ୍ରାମର ଯୁବକ ମାନେ ମିଶି ବିଧାୟକ ଙ୍କ ସହ ମାଙ୍କ ଆଶୀର୍ବାଦ ନେଇଥିଲେ