April 15, 2025

ନବରଙ୍ଗପୁର ଜିଲ୍ଲାରେ ଆୟୁଷ୍ମାନ କାର୍ଡ ର ଶୁଭାରମ୍ଭ…….

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସରକାର ସମଗ୍ର ରାଜ୍ୟରେ ଆୟୁଷ୍ମାନ କାର୍ଡର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସର ରେ ନବରଙ୍ଗପୁର PHC ଠାରେ ଏକ ବିରାଟ ଶୋଭା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାରେ ମାନ୍ୟବର ପଞ୍ଚାୟତ ରାଜ୍ ଓ ନଗର ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏତଦ ବ୍ୟତିବ ଏହି ଶୋଭା ରେ ଝରିଗାଁ ବିଧାୟକ ନରସିଂ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ନଗରପାଳ କୁନୁ ନାୟକ, ଜିଲାପାଳ ଶୁଭଙ୍କର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡା (CDMO) ଡାକ୍ତର ନବକିଶୋର ବେହେରା (ADMO), ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି ଙ୍କ ଉପସ୍ଥିତ ରେ ଏହି କାର୍ଡ କାର୍ଡ ଧାରୀ ଙ୍କୁ ବଣ୍ଟନ କରିଥିଲେ। ପୂଜାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସିଂସାରି, ସୁନାବେଡ଼, କୁର୍ସି ଓ ବଡଭାରଣ୍ଡି ଚିକିତ୍ସାଳୟ ଠାରେ ଏକ ବିରାଟ ଶୋଭାର ଆୟୋଜନ କରାଯାଇ ସ୍ୱାସ୍ଥ୍ୟ କାର୍ଡର ବଣ୍ଟନ କରାଯାଇଥିଲା। ଏହି ଶୋଭା ଡାକ୍ତର ପତିତପାବନ ଦିବେଦୀ ଙ୍କ ପ୍ରତକ୍ଷତ୍ୱତାବିଧାନ ରେ ପରିଚାଳିତ ହୋଇଥିଲା। ସେହିପରି ଉମରକୋଟ ଉପଖଣ୍ଡ ଠାରେ ମୋଟ ୨୫ ଜଣ ହିତାଧିକାରୀଙ୍କୁ ଏହି ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଡକ୍ଟର ଶରତ ଚନ୍ଦ୍ର ସେଠୀ, ଡକ୍ଟର ସୁମନ୍ତ କୁମାର ରାଉଳ, ବିଶ୍ୱଜିତ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।