May 10, 2026

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜଣଶୁଣାଣି ପାଇଁ ପ୍ରସ୍ତୁତି ବୈଠକ 

IMG-20250412-WA0004
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଗାମୀ ଜଣଶୁଣାଣି ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ସାଧାରଣ ଅଭିଯୋଗ ଓ କାର୍ଯ୍ୟନିର୍ବାହୀ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ନିହାର ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

 

ଆସନ୍ତା ୨୧ ତାରିଖରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ।

 

ବୈଠକରେ ଅଭିଯୋଗ ଗୃହର ବ୍ୟବସ୍ଥା, ସି.ଏମ.ଆର.ଏଫ ଓ ଚିକିତ୍ସା ସହାୟତା ପାଇଁ ହେଲ୍ପ ଡେସ୍କ, ଭିନ୍ନକ୍ଷମଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାର ବ୍ୟବସ୍ଥା, ଶିଶୁ ଓ ମାତୃ ଯତ୍ନ କେନ୍ଦ୍ର, ଆବେଦନକାରୀଙ୍କ ବସିବା ବ୍ୟବସ୍ଥା, ପ୍ରେସ ଗ୍ୟାଲେରୀ, ପୋଲିସ କଣ୍ଟ୍ରୋଲ ରୁମ୍, ଆବେଦନକାରୀଙ୍କ ଯାତାୟାତ (ପ୍ରବେଶ ଓ ପ୍ରସ୍ଥାନ), ଅନୁସନ୍ଧାନ ଓ ଅଫଲାଇନ ପଞ୍ଜୀକରଣ କାଉଣ୍ଟର ଏବଂ ପାର୍କିଂ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

 

ଉପଲବ୍ଧ ସୂଚନା ଅନୁଯାୟୀ, ଅଭିଯୋଗ ଦାଖଲ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଏପ୍ରିଲ ୧୮ରୁ ଆରମ୍ଭ ହେବ ।

 

ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆଇ.ଏ.ଏସ୍, ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୁକେଶ ଭାମୁ, ଆଇ.ପି.ଏସ୍, ଜିଏ ଏଣ୍ଡ ପିଜି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ବାଇଁ, ସମ୍ବଲପୁର ମହାନଗର ନିଗମ କମିଶନର ଶ୍ରୀ ବେଦଭୂଷଣ, ଆଇ.ଏ.ଏସ୍, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ-କମ୍-କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ ପାତ୍ରପ୍ରମୁଖ ଉପସ୍ଥିତ ଥିଲେ।