May 10, 2026

ଗଡଭିତର୍ କ୍ଲଷ୍ଟର ର ମୋଟ ୧୪ଜଣ ଛାତ୍ର ଛାତ୍ରୀ ଛାତ୍ରବୃତ୍ତି ପାଇଁ ମନୋନୀତ

IMG-20250312-WA0019
Share

 

 

 

 

ସୁବର୍ଣ୍ଣପୁର, ସୋନପୁର ପୌରାଞ୍ଚଳସ୍ଥିତ ଗଡଭିତର୍ କ୍ଲଷ୍ଟର ର ମୋଟ ୧୪ଜଣ ଛାତ୍ର ଛାତ୍ରୀ ଶିକ୍ଷାବର୍ଷ ୨୦୨୩-୨୪ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି। ଏଥି ମଧ୍ୟରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ,ପଟାଭାଡ଼ି ରୁ ତୃତୀୟ ଶ୍ରେଣୀ ପାଇଁ ବବୁନ ବଞ୍ଛୋର୍, ଆୟୁଷ ସାହୁ, ପଞ୍ଚମ ଶ୍ରେଣୀର ଶ୍ରଦ୍ଧାଞ୍ଜଳି ମେହେରଓ ଲକ୍ଷ୍ମୀନାରାୟଣ ମେହେର ମନୋନୀତ ହୋଇଛନ୍ତି। ସୁରେଶ୍ଵରୀ ପ୍ରାଥମିକ ବିଦ୍ୟାଳୟ ରୁ ପଞ୍ଚମ ଶ୍ରେଣୀର ପ୍ରୀୟାଶି କଲତା ଓ ଦେବାଶିଷ ରାଉତ ମନୋନୀତ ହୋଇଛନ୍ତି। ଟାଉନ୍ ପ୍ରାଥମିକ ବିଦ୍ୟାଳୟରୁ ତୃତୀୟ ଶ୍ରେଣୀର ବସୁଧାବନ୍ଦିତା ସାହୁ ମନୋନୀତ ହୋଇଛନ୍ତି। ମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତୃତୀୟ ଶ୍ରେଣୀ ପାଇଁ ସୂଚିମୟୀ ମିଶ୍ର ମନୋନୀତ ହୋଇଛନ୍ତି। ବଡବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତୃତୀୟ ଶ୍ରେଣୀ ପାଇଁ ରାଧାରାଣୀ ରାଜେଶ୍ୱରୀ ସେଠୀ ଓ ପଞ୍ଚମ ଶ୍ରେଣୀ ପାଇଁ ସୌମ୍ୟ ରଂଜନ ବିଭାର ମନୋନୀତ ହୋଇଛନ୍ତି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ତୃତୀୟ ଶ୍ରେଣୀ ପାଇଁ ଜୟଶ୍ରୀ ବେହେରା ଓ ପଞ୍ଚମ ଶ୍ରେଣୀ ପାଇଁ ଆରାଧ୍ୟା ଶତପଥୀ ଏବଂ ପ୍ରଜ୍ଞା ଭାରତୀ ବିଦ୍ୟାଳୟରୁ ତୃତୀୟ ଶ୍ରେଣୀ ପାଇଁ ଆଲିଶା ମେହେର ଓ ପଞ୍ଚମ ଶ୍ରେଣୀ ପାଇଁ ସତ୍ୟମ ପଧାନ ବାର୍ଷିକ ଛାତ୍ରବୃତ୍ତି ପାଇବାକୁ ମନୋନୀତ ହୋଇଛନ୍ତି। ଏହି ସଫଳତା ପାଇଁ ଗଡଭିତର କ୍ଲଷ୍ଟର୍ ସି. ଆର୍. ସି.ସି ଶ୍ରୀଯୁକ୍ତ ବୁଦ୍ଧଦେବ ସା ସମସ୍ତ କୃତୀ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥଲେ। ତେଵେ ଛାତ୍ରଛାତ୍ରୀ ଙ୍କ ମନରେ ଆଗକୁ ନିଶ୍ଚିତ ଉସ୍ରାହ ଲାଗି ରହିବ l