April 28, 2026

ଗୁଲୁଣ୍ଠି ଏସଏସଡି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ

IMG-20230212-WA0038
Share

 

 

ରାମନାଗୁଡା;-୧୨-୦୨-୨୦୨୩-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ଗୁଲୁଣ୍ଠି ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ମଣ୍ଡଳାଧୀଶ ଶ୍ୟାମଘନ ଭୂୟାଁ, ସମ୍ମାନିତ ଅତିଥି ରୂପେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟଶ୍ରୀ ବିଷୋୟୀ, ବରିଷ୍ଠ ନେତା ଗଗନ ବିହାରୀ ଆଚାର୍ଯ୍ୟ, ସରପଞ୍ଚ ମାଝୀଗୌରୀ କଣ୍ଡାଗରୀ ,ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, ଯୁବ ନେତା ସଞ୍ଜୟ କୁମାର ପ୍ରଧାନ ,ଗୁଲୁଣ୍ଠି ପୂର୍ବତନ ସରପଞ୍ଚ ଚିନ୍ନା କଣ୍ଡାଗରୀ ,ସଭାପତି ଭାବେ ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱନାଥ ଶବର ମୁଖ ମଞ୍ଚାସୀନ ଥିଲେ ,ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଗଣେଶ ଓ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଯିବା ପରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ସମ୍ମାନିତ କରାଯିବା ସହ ପଗଡ଼ବିଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ,ଭାରସିଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରସିଂହ ନାଥ ପାଢ଼ୀ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ସେହିପରି ରାମନାଗୁଡା ପୋଲିସ ଥାନା କନେଷ୍ଟବଳ , ପୁଟାସିଂ ପ୍ରଧାନ ଶିକ୍ଷକ ମନୋଜ ପାଢ଼ୀ ,କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର ,ସାମ୍ବାଦିକ ଅମୂଲ୍ୟ ନିଶାଙ୍କ, ଶୁଭଜିତ ପଟ୍ଟନାୟକ, ଶିବ ପ୍ରସାଦ ବ୍ରହ୍ମା, ରାମ ଶଙ୍କର ପଟ୍ଟନାୟକ ଙ୍କୁ ମଧ୍ୟ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ପରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ ବାର୍ଷିକ ବିବରଣୀ ପାଠ କରିଥିଲେ , ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣି ଦେଇଥାଏ ବୋଲି ମୁଖ୍ୟବକ୍ତା ଶ୍ରୀ ଭୂୟାଁ ନିଜ ଅଭିଭାଷଣରେ କହିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀ ଗମାଙ୍ଗ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମ ରେ ସଂଯୋଜକ ଭାବେ ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ, ସହକାରୀ ଶିକ୍ଷକ ଭାଗ୍ୟଧର ପାଲାକା, ଯୋଗେନ୍ଦ୍ର ଶବର, ସନ୍ତୋଷ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ସ୍ମିତାଞ୍ଜଳି ଲେଙ୍କା, ତପସ୍ୱିନୀ ଗୌଡ଼,ସୁମନବାଳା ଭଞ୍ଜ, ଏଏନଏମ୍ ସୌଦାମିନୀ ପାତ୍ର, ମେଟ୍ରନ ଅଞ୍ଜୁ ଖୋସଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ,ସିସିଏ ମାନେ ସହଯୋଗ କରିଥିଲେ। ବାର୍ଷିକ ମହୋତ୍ସବ କାର୍ଯ୍ୟକ୍ରମ ରେ ଉପସ୍ଥାପକ ଭାବେ ଭାଗ୍ୟଧର ପାଲାକା ଏବଂ ଉପସ୍ଥାପିକା ଭାବରେ ସୁନିତା ପାଢ଼ୀ ଦାଇତ୍ୱ ରେ ରହି ସଂଯୋଜନା କରିଥିଲେ,ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲାଏଥିରେ ଅଂଚଳ ର ଜନସାଧାରଣ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

 

ରିପୋର୍ଟ ରାକେଶ କୁମାର ବେହେରା