July 14, 2026

ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଆର୍ଦଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ବ

IMG-20230212-WA0037
Share

 

 

ରାମନାଗୁଡା, ରାୟଗଡା ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ହାକାଥନ ଏଣ୍ଡ ଏନ୍ସିଲାରି ପ୍ରତିଯୋଗିତା ୨୦୨୨-୨୩ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ଵିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ପାୟଲ ପ୍ରଧାନ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଏବଂ କେ. ଟିନା ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି। ଏହି ସାଫଳତା ପାଈଁ ଛାତ୍ରଛାତ୍ରୀ ଏବଂ ମାର୍ଗ ଦର୍ଶକ ଶିକ୍ଷକ ଶ୍ରୀ ଆଶୁତୋଷ ପାତ୍ର ଙ୍କୁ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

 

ରିପୋର୍ଟ ରାକେଶ କୁମାର ବେହେରା

You may have missed