May 14, 2026

ମୃତ ସହଦେବ ନାୟକ ଙ୍କ ପରିବାର କୁ ଭେଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,

IMG-20250112-WA0002
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ୍ )

ପୋଲିସ ମିତ୍ର ସହଦେବ ନାୟକଙ୍କୁ ନିର୍ମମ ହତ୍ୟା ଘଟଣାର କଡ଼ା ନିନ୍ଦା କଲେ ନବୀନ ପଟ୍ଟନାୟକ, ପରିବାରକୁ ନ୍ୟାୟ ପାଇଁ ଲଢ଼େଇ କରିବ ବିଜେଡି।

ମୃତ ସହଦେବଙ୍କ ପରିବାର ବର୍ଗଙ୍କୁ ସଭାପତି ଶ୍ରୀ Naveen Patnaik ଭେଟି ସାନ୍ତ୍ଵନା ଦେବା ସହ ପଚାଶ ହଜାର ଟଙ୍କାର ସହାୟତା ଦେଇଛନ୍ତି।

ଏ ଦାରୁଣ ଦୁଃଖ ସମୟରେ ସେ ତାଙ୍କ ସହ ଅଛନ୍ତି ଏବଂ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସଭାପତି କହିଛନ୍ତି।

ଗତ ଜାନୁଆରୀ ୮ ତାରିଖ ସକାଳେ ଭୁବନେଶ୍ୱର ରସୁଲଗଡ଼ ଫ୍ଲାଏଓଭରରେ ପୋଲିସ ମିତ୍ର ସହଦେବ ନାୟକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଡ୍ରଗ୍ସ ଭଳି ନିଶା ବିରୋଧରେ ସେ ଲଢ଼େଇ କରୁଥିଲେ।