August 26, 2026

ପରିବା ଦର ବୃଦ୍ଧି ନେଇ ଚିନ୍ତାରେ ଖାଉଟି 

IMG-20241011-WA0023
Share

 

ବୁଗୁଡ଼ା : ତା୧୧/୧୦/୨୪ :ଶାରଦୀୟ ପର୍ବକୁ ନେଇ ବୁଗୁଡ଼ା ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ବଜାରରେ ପନିପରିବା ଦର ହଠାତ୍ ବୃଦ୍ଧି ପାଇଛି । ବିଭିନ୍ନ ଖାଦ୍ୟ ସାମଗ୍ରୀ ଦର ଅହେତୁକ ଭାବେବୃଦ୍ଧି ପାଇଥିବାରୁ ନେଇ ସାଧାରଣ ବର୍ଗର ଲୋକଙ୍କ ପାଇଁ ଚଳିବା କଷ୍ଟକର ହୋଇପଡ଼ିଛି ବିଶେଷ କରି ପନିପରିବା ଦର କଥା ନ କହିଲେ ଭଲ । ଏବେ ବୁଗୁଡ଼ା ବଜାରରେ ଟମାଟ କିଲୋ ପ୍ରତି ୮୦ ଟଙ୍କା, ପିଆଜ ୬୦ ଟଙ୍କା, ଝୁଲଣ ୬୦, ବିନ୍ସ୍ ୧୨୦ ଟଙ୍କା, ଫୁଲ କୋବି ୧୦୦ ଟଙ୍କା,ଶିମ୍ବ ୧୦୦ ଟଙ୍କା, ପିଠଳ ୧୦୦ ଟଙ୍କା, ପୋଟଳ ୭୦ ଟଙ୍କା, ବାଇଗଣ ୭୦ ଟଙ୍କା,ଦେଶୀ ଆଳୁ ୬୦,କାକୁଡି ୪୦,ଜହ୍ନି ୪୦ଟଙ୍କା, ଗୁହାଁର ୫୦ ଟଙ୍କା, କାଙ୍କଡ଼ ଦେଶୀ ୧୬୦ ଓ ହାଇବ୍ରିଡ ୭୦ ଟଙ୍କା, କଲରା ୪୦ଟଙ୍କା ରହିଛି । ପାଞ୍ଚ ଶହ ଟଙ୍କାରେ ମଧ୍ୟ ବ୍ୟାଗ ଭରୁନି | ବ୍ୟବସାୟୀମାନେ ମନଇଚ୍ଛା ଦର ବୃଦ୍ଧି କରି ଲାଭବାନ ହେଉଥ‌ିବା ବେଳେ ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

You may have missed