April 26, 2026

ଋତୁସ୍ରାବ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୁରୀ ବସ୍ତି ଅଞ୍ଚଳ ରେ ବାସ କରୁଥିବା ମା ଓ କିଶୋରୀ ମାନଙ୍କ ପାଇଁ ଅନୁଷ୍ଠିତ ହୋଇ ଯାଇଛି।

IMG-20241011-WA0010
Share

        ଋତୁସ୍ରାବ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୁରୀ ବସ୍ତି ଅଞ୍ଚଳ ରେ ବାସ କରୁଥିବା ମା ଓ କିଶୋରୀ ମାନଙ୍କ ପାଇଁ ଅନୁଷ୍ଠିତ ହୋଇ ଯାଇଛି। ମହିଳା ମାନଙ୍କର ମାସିକ ଋତୁସ୍ରାବ ସମୟରେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ରକ୍ଷା, ସାନିଟାରୀ ପ୍ୟାଡ୍ ର ବ୍ୟବହାର ଓ ଡିସପୋଜାଲ୍ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ପ୍ରଶିକ୍ଷକ ଡାକ୍ତର ହରିହର ମିଶ୍ର ପରାମର୍ଶ ଦେଇ ଥିଲେ।

ଘୋଡ଼ା ବଜାର ଓ ବିଜୁ ନଗର ଠାରେ ଅନୁଷ୍ଠିତ ଏହି ଋତୁସ୍ରାବ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଥିଲେ ଡାକ୍ତର ହରିହର ମିଶ୍ର। ଋତୁ ସ୍ରାବ ସମୟରେ ଆବଶ୍ୟକ ସମସ୍ତ ସ୍ଵାସ୍ଥ୍ୟଗତ ଅନୁକରଣ କୁ ମାନିବା ପାଇଁ ଉପସ୍ଥିତ ଥିବା ସମସ୍ତ ମହିଳା ମନଙ୍କୁ ପରାମର୍ଶ ଦେଇ ଥିଲେ।

ପୁରୀ ସହର ରେ ସ୍ବାସ୍ଥ୍ୟ ଓ ପୋଷଣ ସେବା ଉପରେ କାର୍ଯ୍ୟ କରୁଥିବା ସମାଜସେବୀ ସଂସ୍ଥା ” ଗ୍ରାମ୍ୟ ପ୍ରଭା” ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଋତୁ ସ୍ରାବ ସ୍ବଚ୍ଛତା ପରିଚାଳନା ଉପରେ ଚର୍ଚ୍ଚା ହୋଇ ଥିଲା।

ମାସିକ ଋତୁସ୍ରାବ ସମୟରେ ପ୍ରତି ଦିନ ଜେନିଟାଲ୍ ଏରିଆ କୁ କେବଳ ପାଣି ଦ୍ଵାରା ସଫା କରିବା, ସୂତା କପଡ଼ା ବା ପ୍ୟାଡ୍ ବ୍ୟବହାର କରିବା, ନିୟମିତ ବ୍ୟବଧାନ ରେ ସମସ୍ତ ଅଣ୍ଡର ୱିୟରକୁ ପରିଷ୍କାର ରଖିବା, ଯଥେଷ୍ଟ ପାଣି ପିଇବା, ସାବୁନ୍ ବ୍ୟବହାର ନ କରିବା, ସୁଗନ୍ଧ ଯୁକ୍ତ ଟଏଲେଟ ପେପର୍ ବ୍ୟବହାର ନ କରିବା ଆଦି ଉପରେ ଡାକ୍ତର ପରାମର୍ଶ ଦେଇ ଥିଲେ।

ଯୋଗଦାନ କାରୀ ଙ୍କ ର ପ୍ରଶ୍ନ ର ଉତ୍ତର ରେ କୁହା ଯାଏ ଥିଲା ଯେ ହାତ, ପାଦ, ପାଟି ଓ ପରିସ୍ରା ଦ୍ଵାର ଆଦି ବ୍ୟାକଟେରିଆ ଗୁଡ଼ିକ ର ସ୍ପର୍ଶ ରେ ଆସୁ ଥିବା ହେତୁ ମା ମାନେ ଅତୀବ ସତର୍କତା ଅବଲମ୍ବନ କରିବା ବିଧେୟ।

ଧଳା ସ୍ରାବ, ଅନିୟମିତ ଋତୁ ସ୍ରାବ, ଋତୁ ସ୍ରାବ ସମୟରେ ଖାଦ୍ୟ ଗ୍ରହଣ, ପରିଷ୍କାର ପରିଚ୍ଛନ୍ନତା ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ରେ ମା ଓ କିଶୋରୀ ମାନେ ଯୋଗ ଦେଇ ଥିଲେ। ପୁଷ୍ପା ଦେବୀ, ମମତା ମହାରଣା, ଉର୍ମିଳା ରେଡ୍ଡୀ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ। ସମାଜସେବୀ ରାଜାରାମ ଯୋଗ ଦେଇ କିଶୋରୀ ମାନଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ। ଲଭଲି ଦାସଗୁପ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।