April 26, 2026

ହାତିଆଶୁଣୀ ପୀଠରେ ଶାରଦୀୟ ମହାଷ୍ଟମୀ ପୂଜା ପାଳିତ।

IMG-20241011-WA0007
Share

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ର ସମସ୍ତ ଶକ୍ତି ପୀଠରେ ମା’ଙ୍କର ଶାରଦୀୟ ଦୁର୍ଗାପୂଜା ପୂଜା ଚାଲିଥିବା ବେଳେ ସାଗରଗୁଆଁର ଅଧିଷ୍ଠାତ୍ରୀ ଦେବୀ ହାତିଆଶୁଣୀ ଙ୍କ ପୀଠରେ କାହିଁ କେଉଁ କାଳରୁ ରହିଆସିଛି ନିଆରା ପରମ୍ପରା ଅଞ୍ଚଳର ଇଷ୍ଟ ଦେବୀ ହାତିଆଶୁଣୀ ଠାକୁରାଣୀଙ୍କୁ ଷୋଡ଼ଶ ଉପଚାରରେ ଶାରଦୀୟ ଅଷ୍ଟମୀ ପୂଜା ପାଳନ କରାଯିବ ସହିତ ଆମିଷ ଭୋଗଲାଗି ହୋଇ ଥିଲା। ଏହି ମହାଷ୍ଟମୀ ପୂଜାରେ ବହୁ ଭକ୍ତ ମାନଙ୍କର ସମାଗମ ହୋଇଥିବାର ପରିଲିକ୍ଷିତ ହୋଇ ଥିଲା। ଏହି ଅବସରରେ ଆସିଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବା ସହିତ ପ୍ରତେକ ଘରକୁ ପ୍ରସାଦ ବିତରଣ କରାଯାଇଥିଲା। ପରିଶେଷରେ ହାତିଆଶୁଣୀ ପୀଠର ସାମଗ୍ରୀକ ବିକାଶ ଉନ୍ନତିକରଣ ପାଇଁ ସ୍ଥାନୀୟ ପ୍ରଶାସନ କୁ ଗଣମାଧ୍ୟମ ଜରିଆରେ ଭକ୍ତ ମାନେ ନିବେଦନ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।