August 11, 2026

ପୁରୀଜିଲ୍ଲା ର ବିଭିନ୍ନ ଅଞ୍ଚଳ ବନ୍ୟାଞ୍ଚଳ ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ..

IMG-20260811-WA0036
Share

 

ଆଜି ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ର ନିର୍ଦ୍ଧେଶିକା ପ୍ରିୟାଂଶୀ ଦାଶଙ୍କ ପ୍ରଚେଷ୍ଟା ରେ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧକ୍ଷତା ରେ ପୁରୀଜିଲ୍ଲା କଣାସ ବ୍ଲକ ଦୋକନ୍ଦା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ଏବଂ ପୁରୀ ସଦରବ୍ଲକର କେରାଣ୍ଡିପୁର ଗ୍ରାମପଞ୍ଚାୟତ ର ଉତ୍ତରଣା ମଠସାହି, ଗୌଡ଼ସାହି ଏବଂ ଗୋପୀନାଥପୁର ଗ୍ରାମପଞ୍ଚାୟତର ଜେସିବି କଲୋନୀ ସହିତ ଖଣ୍ଡିଆବନ୍ଧ ର ଉପାନ୍ତ ଅଞ୍ଚଳ ଏବଂ ଜଳ ପ୍ରଭାବିତ ଅଞ୍ଚଳ ମାନଙ୍କରେ ଚୁଡା, କଦଳୀ,ଚିନି,ବିସ୍କୁଟ, ମହମବତୀ ଏବଂ ଦିଆସିଲ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦିକା ସସ୍ମିତା ଶତପଥୀଙ୍କ ସହିତ ନିମାପଡା ର ସମାଜସେବୀକା ତଥା ଅନୁଷ୍ଠାନର ସକ୍ରିୟ ସଦସ୍ୟା ମଧୁସ୍ମିତା ସାହୁ, ଦେବାଶିଷ ମହାପାତ୍ର, ଆଲୋକ ଦାସ, ସୁପ୍ରିୟା ପ୍ରଧାନ, ଶ୍ରଦ୍ଧାଞ୍ଜଳି ସିଂ, ନୀଳାଞ୍ଚଳ ଦାସ, ମଧୁସ୍ମିତା ମହାନ୍ତି, ମନୋଜ ପ୍ରଧାନ ଏବଂ ସାମ୍ବାଦିକ ରମେଶ ସାହୁଙ୍କ ସହିତ ଅନୁଷ୍ଠାନର ବଦାନ୍ୟ ସଦସ୍ୟ ସଦସ୍ୟାଙ୍କ ଆର୍ଥିକ ସାହାଯ୍ୟ ଏବଂ ପରିଶ୍ରମ ପାଇଁ ଆଜିର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା ହୋଇପାରିଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l