April 27, 2026

ଓଡ଼ିଶା ଉପକୂଳରେ ସାଗର କବଚ।ଦୁଇ ଛଦ୍ମବେଶୀ ଆତଙ୍ଗବାଦି ଗିରଫ,ବୋମା ଜବତ

IMG-20230411-WA0027
Share

 

ଅସ୍ତରଙ୍ଗ,,ଓଡ଼ିଶା ଉପକୂଳ ରେ ,ଆଗାମୀ ଦିନରେ ସଂଭ୍ୟାବ ଆତଙ୍ଗ ବାଦି ଅନୁପ୍ରବେଶ କୁ ରୋକିବା ଲାଗି ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ସାଗର କବଚ ବା ମଗ ଡ୍ରିଲ । ଏହି ମଗ୍ ଡ୍ରିଲ ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ,ଓଡ଼ିଶା ପୋଲିସ ଓ ମତ୍ସ ବିଭାଗ,କୋଷ୍ଟ ଗାର୍ଡ ର ମିଳିତ ସହାୟତାରେ,ସମୁଦ୍ର ତଟବର୍ତୀ ଅଞ୍ଚଳ ରେ ହାଇ ଆଲଟ ଜାରି କରା ଯାଇ ଅଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ,ଏହି ମିଳିତ ସାଗର କବଚ ଅଧିନରେ,ଅସ୍ତରଙ୍ଗ,ନୂଆଗଡ, କାଳିଆକଣ, ସହନ,ଶୁଧିକେଶ୍ୱର୍, ଦାଳୁଅକଣି, ଗୁଣ୍ଡଳବା ଆଦି ସମୁଦ୍ର ତଟ ଗ୍ରାମ ସାମିଲ ଥିବା ବେଳେ, ଏ ଏସ ଆଇ,୬ଜଣ, ଏସ ଆଇ,୨ଜଣ,ହୋମ ଗାର୍ଡ ୧୪ଜଣ ଓ ଫିଶାରୀ ବିଭାଗ ର ବରିଷ୍ଠ କର୍ମ କର୍ତ୍ତା ରହିଥିବା ଜଣା ପଡ଼ିଛି ।,ସାମୁଦ୍ରିକ ଥାନା ଆଇ ଆଇ ସି ଶ୍ରୀ ପଞ୍ଚାନନ ପରିଡ଼ା ଏହି ସବୁ କାର୍ଯ୍ୟକ୍ରମ ର ନେତୃତ୍ବ ନେଇଛନ୍ତି । ମଙ୍ଗଳବାର ସକାଳ ଦସ ଘଟିକା ସମୟରେ,କିଛି ଛଦ୍ମବେସି ଆତଙ୍ଗ ବାଦି ପାରାଦୀପ ଠାରୁ ସମୁଦ୍ର ଜଳ ରାଶି ଅତିକ୍ରମ କରି,ଦେବୀ ମୁହାଣ ଦେଇ ନୂଆଗଡ ମେରାଇନ ଥାନା ନିକଟ ମତ୍ସ ଧରା ବନ୍ଦର ରେ ଅନୁପ୍ରବେଶ କରି ଅସ୍ତରଙ୍ଗ ଅଞ୍ଚଳରେ କୌଣସି ବଡଧରଣର ଅଘଟଣ ଘଟାଇ ବାକୁ ଯାଇ ଥିବା ବେଳେ, ପୋଲିସ, ମତ୍ସ ବିଭାଗ ଓ କୋଷ୍ଟ ଗାର୍ଡ ର ମିଳିତ ତନଖି ଦ୍ବାରା ଗିରଫ କରାଯାଇ ସେମାନଙ୍କ ଠାରୁ, ବମ,ସହ ବିସ୍ପୋରଣ ସାମଗ୍ରୀ ଜବତ କରାଯାଇ ଅଛି । ଏଥିରେ,ଅସ୍ତରଙ୍ଗ ଥାନାର ସଂଗ୍ରାମ କେଶରୀ ସ୍ବାଇଁ,ଦୀପକ କୁମାର ସାମନ୍ତସିଂହାର,ପ୍ରଶାନ୍ତ କୁମାର ବିଶ୍ବାଳ,ଖଗେଶ୍ବର କର,ରତ୍ନାକର ବେହେରା ଆଦି ଅଫିସର ଓ ହୋମ ଗାର୍ଡ ସଂଗ୍ରାମ ରାଉତ,ରଞ୍ଜନ ସ୍ବାଇଁ,ଚିନ୍ମୟ ନାୟକ ଆଦି ସାମିଲ ରହି ,ସମୁଦ୍ର ର ଅଥଳ ଜଳ ରାଶି ରାଶି ଉପରେ ବିଭିନ୍ନ ଦୁର ବିକ୍ଷଣ ଯନ୍ତ୍ର ଦ୍ବାରା ନଜର ରଖି ଥିବା ବେଳେ,୨୦ଜଣ ଫୋର୍ସଏହି ସମ୍ବେଦନ ଶିଳ କାର୍ଯ୍ୟ କ୍ରମ ରେ ନିୟୋଜିତ ଅଛନ୍ତି ।

 

ଦୁଃଶାସନ ନାୟକ, ଅସ୍ତରଙ୍ଗ