ରୂପସା ମହୋତ୍ସବ ର ତୃତୀୟ ସନ୍ଧ୍ୟା
ବାଲେଶ୍ଵର ( ଦେବାଶିଷ ଦାଶ )
ଭାଇଚାରାର ଉଦାହରଣ ହେଉଛି ସଂସ୍କୃତି ଓ ପରମ୍ପରା ର ମହୋତ୍ସବ ରୂପସାର ଗୌରବ ର ଗାରିମା ମହୋତ୍ସବ ପାଳିତ କରିଛି ମହୋତ୍ସବ ର ତୃତୀୟ ସନ୍ଧ୍ୟା ଏଥିରେ ମୁଖ୍ୟ ଅତିଥି ଭାବେ ବସ୍ତା ଏସ୍ ଡିପିଓ ମାନସ କୁମାର ଦେଓ, ମୁଖ୍ୟ ବକ୍ତା ଭାବେ ଧ୍ୱନିପ୍ରତିଧ୍ୱନୀ ସମ୍ବାଦ ପେପର ର ମୁଖ୍ୟ ପରିଚାଳକ ସୃଷ୍ଟିଧର ପରିଡ଼ା ସମ୍ମାନିତ ଅତିଥି ସମାଜସେବୀ , ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁମନ୍ତ କୁମାର ଜେନା, ସାଧାରଣ ସମ୍ପାଦକ ରକ୍ତ ଦାତା ସଂଘର ହୃଷିକେସ ସାହୁ ,ଯୋଗ ମହାବିଦ୍ୟାଳୟ ବାଲେଶ୍ଵର ର ଅଧ୍ୟକ୍ଷ ଚିତ୍ତରଂଜନ ସାହୁ ଯୋଗ ଦେଇ ମହୋତ୍ସବ ହେଉଛି ସଂସ୍କୃତି,ସଂଘର୍ଷ,ସାମୁହିକ ଚେତନା ର ଉତ୍ସବ ବୋଲି ଅଭିଭାଷଣ ରଖିଥିଲେ। କମିଟି ଉପଦେଷ୍ଟା ଗୋପାଳଚନ୍ଦ୍ର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପଣ୍ଡିତ ଚକ୍ରଧର ଆଚାର୍ଯ୍ୟ ବେଦ ପାଠ କରିଥିଲେ। ହରିହର କଳା ବିକାଶ କେନ୍ଦ୍ର ର ଛାତ୍ର, ଛାତ୍ରୀ ମାନେ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ । ମଞ୍ଚ ପରିଚାଳନା ଉପଦେଷ୍ଟା ନିରଞ୍ଜନ ପଣ୍ଡାଶର୍ମା କରିଥିଲେ ଉପଦେଷ୍ଟା ଜୟନ୍ତ କୁମାର ପାଣିଗ୍ରାହୀ। ଧନ୍ୟବାଦ ଅର୍ପଣ କରିଥିଲେ ତେବେ ଉପଦେଷ୍ଟା ଡାକ୍ତର କୁମାର ମହାପାତ୍ର କହିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ‘ମେଲୋଡି ସରଗମ ‘ ସହ ଚଳଚିତ୍ର ଅଭିନେତ୍ରୀ ଲିପି ମହାପାତ୍ର ଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ତେବେ ରୂପସା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
