April 24, 2026

କିଶାନ କଂଗ୍ରେସ ରାଷ୍ଟ୍ରିୟ ସଂଯୋଜକଙ୍କ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ..

IMG-20260210-WA0029
Share

 

ଭୁବନେଶ୍ୱର( ଦୁଃଶାସନ ନାୟକ)ଅଖିଳ ଭାରତ କିଶାନକଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ପଶ୍ଚିମବଙ୍ଗ ରାଜ୍ୟ କିଶାନ କଂଗେସ ପ୍ରଭାରୀ ଅମିୟ କୁମାର ପଟ୍ଟନାୟକ ଚଳିତ ମାସ ଫେବ୍ରୁଆରୀ ୧୦ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ରାଜ୍ୟ ଗସ୍ତ କରି ୧୧ ତାରିଖ ଦିନ କୋଲକାତା ସ୍ଥିତ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରସ କାର୍ଯ୍ୟାଳୟ ବିଧାନଭବନ

ସଭାଗୃହରେ ସେଠାର ପି ସି ସି ସଭାପତି ଶୁଭଙ୍କର ସରକାର ଙ୍କ ସହିତ କିଶାନ କଂଗେସ ରାଜ୍ୟ ସ୍ତରୀୟ ବୈଠକରେ ଯୋଗଦେବା ସହ ପରବର୍ତ୍ତୀ ଦିନ ନଦିଆ ପ୍ରଭୁତି ଜିଲ୍ଲାକୁ ଗସ୍ତ କରି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କ ରେ ଆଲୋଚନା କରିବେlଏହି ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହିତ ଓଡିଶାକୁ ପଶ୍ଚିମବଙ୍ଗର ଆଳୁ ଯୋଗାଣ ପାଇଁ ଆଲୋଚନା କରିବା ସହ ଲବଣ ସ୍ଲିପର ବିକାଶ ପାଇଁ କୋଲକୋତା ପୂର୍ବାଞ୍ଚଳ ଆଞ୍ଚଳିକ ପ୍ରବନ୍ଧକ ସହିତ ବି ଆଲୋଚନା କରିବେ।ବିଶେଷ କରି ପଶ୍ଚିମବଙ୍ଗ ରାଜ୍ୟର ହେବାକୁ ଥିବା ନିର୍ବାଚନ ରେ ଓଡ଼ିଶା ଭୋଟର ମାନଙ୍କୁ କିଶାନ କଂଗେସ ପକ୍ଷରୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏ ଆଇ ସି ସି କିଶାନ କଂଗେସ ରାଷ୍ଟ୍ରୀୟ ସଂଯୋଜକ ଙ୍କ କାର୍ଯ୍ୟାଳୟ ସମ୍ପାଦକ ସଦାନନ୍ଦ ଓଝା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି l