March 8, 2026

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 136 ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ….

gftdty
Share

 

ବେଲଗୁଣ୍ଠା, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 136 ତମ ଜନ୍ମ ଜୟନ୍ତୀ ଉତ୍ସବ, ଆଚାର୍ଯ୍ୟ ଦେବଙ୍କର ସପ୍ତମ ଶୁଭ ଆଗମନୀ ସ୍ମୃତି ଉତ୍ସବ ଏବଂ ବେଲଗୁଣ୍ଠା ସତ୍ ସଙ୍ଗ କେନ୍ଦ୍ରର ଏକାଦଶ ଶୁଭ ଉଦବୋଧନୀ ଦିବସ ବେଲଗୁଣ୍ଠା ବଡଦାଣ୍ଡରେ ମହା ସମାରୋହରେ ପାଳିତ ହୋଇଯାଇଛି I ଉତ୍ସବ କମିଟି ସଭାପତି ଅରକ୍ଷିତ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ସୋରଡା ନଗରପାଳ ଶିବ ପ୍ରସାଦ ପଣ୍ଡା, କାଉନସିଲର୍ ଦିବ୍ୟ ରଞ୍ଜନ ଦାସ ,ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ଓ ସେବାସମବାୟ ସମିତି ସଭାପତି ସନ୍ତୋଷ ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ I ଏହି ଅବସରରେ ବେଦ ମାଙ୍ଗଳିକୀ,ଉଷା କୀର୍ତ୍ତନ,ସଦ୍ ଗ୍ରନ୍ଥ ପାଠ କରାଯିବା ସହିତ ସତ୍ ସଙ୍ଗ କେନ୍ଦ୍ର ଠାରୁ ବଡଦାଣ୍ଡ ସାହି ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା I

( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)