April 28, 2026

ରାହାଗିରି-୨O୨୬ କାର୍ଯ୍ୟକ୍ରମ ଆରମ୍ଭ

IMG-20260111-WA0095
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ୨୮ ତମ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ଆଜି ଭବାନୀପାଟଣା ସ୍ଥିତ ହିଲଟାଉନ ରୋଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ, ଷଷ୍ଠ ପଥ ଉତ୍ସବ ‘ରାହାଗିରି-୨O୨୬’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ‘ରାହାଗିରି’ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର, ପରାମର୍ଶଦାତା ଡା. ଅଜୟ କୁମାର ମିଶ୍ର ଓ ଡେପୁଟି ଡାଇରେକଟର, ପ୍ଳାନିଙ୍ଗ ନୋଡାଲ ଅଫିସର ଶ୍ରୀ ଶ୍ରୀକାନ୍ତ ଦଳେଇଙ୍କ ତତ୍ୱାବଧାନରେ ତଥା ଜିଲ୍ଲାର ଖ୍ୟାତି ପ୍ରାପ୍ତ କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗୀତାରେ ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଆଜି ପ୍ରଥମ ଦିନରେ ସହରର ପ୍ରାୟ ୬O ରୁ ଉର୍ଦ୍ଧ ବିଦ୍ୟାଳୟର ପ୍ରାୟ ୧୫OO ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥଲେ। ପ୍ରଥମେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଂଗୀତ ‘ବନ୍ଦେ ମାତରମ’ ଗାନ କରାଯିବାପରେ, ଚିତ୍ରକଳା, ବାଲୁକା କଳା, ଆତ୍ମରକ୍ଷା କଳା ସହ ଝୋଟି, ଯୋଗ ସହିତ ପାରମ୍ପରିକ ନୃତ୍ୟ ଆଦିରେ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହାପରେ ଏଥିରେ ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସମ୍ମାନିତ କରାଯାଇଥିଲା। ସେହିପରି ଆସନ୍ତା ଦୁଇ ଦିନ ଧରି ହେବାକୁଥିବା ଏହି କାର୍ଯ୍ୟକ୍ରମରେ କଂସ ଦରବାର, ବନ୍ଧୁକ ଚାଳନା ପ୍ରତିଯୋଗିତା, ସମ୍ବିଧାନ ଫଟୋ ପ୍ରଦର୍ଶନୀ, ଘୁଡୁକା ନୃତ୍ୟ, ସୋଲୋ ଡାନ୍ସ, ନୁକ୍କଡ଼ ନାଟକ, ବିଜ୍ଞାନ ମେଳା, ପାରମ୍ପରିକ ଆଦିବାସୀ ନୃତ୍ୟ, ଯାଦୁ କଳା, ଯୁଗଳବନ୍ଦୀ, ଅରକେଷ୍ଟ୍ରା, ବାଳ ବୀର କଷ୍ଟ୍ୟୁମ ପ୍ରଭୃତି ପ୍ରତିଯୋଗିତା ହେବ। ଏଥିସହ ୧୩ ତାରିଖ ଦିନ ରାହାଗିରି-୨O୨୬ କାର୍ଯ୍ୟକ୍ରମ ଶେଷ ହେବ।

You may have missed