ଉମରକୋଟ-ରାଇଘର ବାଇପାସ୍ ରାସ୍ତା ମରଣଯନ୍ତା ପାଲଟିଛି………..

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ନବରଙ୍ଗପୁର ଜିଲା ଉମରକୋଟ-ରାଇଘର
ବାଇପାସ୍ ରାସ୍ତା ପାଲଟିଛି ମରଣଯନ୍ତା, ଗୋଟିଏ ପାଖ ପାଣି ଓ ଖାଲ ଢିପ ତ ଅନ୍ୟ ପକ୍ଷରେ ଧୂଳି ଏସବୁ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ପାଇଁ ହୋଇଛି ବୋଲି ସାଧାରଣ ରେ ଚର୍ଚ୍ଚା | ନବରଙ୍ଗପୁର ଜିଲା ଉମରକୋଟ ପୌରପରିଷଦ ରୁ ରାଇଘର ରାସ୍ତା ଉପରେ ଥିବା ବାଇପାସ୍ ରାସ୍ତା । ଉମରକୋଟ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ବ୍ରିଜ ନିର୍ମାଣ କରାଯାଉଥିବାରୁ , ପୂର୍ତ୍ତ ବିଭାଗ ତରଫରୁ ବାଇପାସ୍ ରାସ୍ତା ଦିଆ ଯାଇଛି ନଦି ଭିତରୁ ଉଠିଥିବା , କିମ୍ବା ମରାମତି ହୋଇନଥିବା ଏକ ଗଳି ରାସ୍ତାକୁ । ସୂଚନା ଅନୁଯାୟୀ ଉମରକୋଟ ର ମଶାଣି ପାର୍ଶରୁ ଏକ ଅଣଓସାରିଆ ରାସ୍ତାକୁ ଦିଆ ଯାଇଛି ମୁଖ୍ୟ ରାଜରାସ୍ତାର ବାଇପାସ୍ । ଯାହାକି ଅଣଓସାରିଆ ହୋଇଥିବା ସହିତ ରାସ୍ତାରେ ପାଇପ ପାଣି ଜମି ଖାଳ ହୋଇଯାଇଛି , ତଥା ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳାଚଳ କରୁଥିବାରୁ ବର୍ତ୍ତମାନ ଏହା ପାଲଟିଛି ମରଣଯନ୍ତା । ଉମରକୋଟ ର ମୁଖ୍ୟ ସାପ୍ତାହିକ ବଜାର ପାର୍ଶ୍ଵରେ ଥିବା ଏହି ରାସ୍ତାରେ କିଛି ସମୟରେ ଅଧ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଟ୍ରାଫିକ ଲାଗୁଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ସ୍କୁଲ୍ ବସ ଗୁଡ଼ିକ କିମ୍ବା ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକ ରେ ଫସିଥିବା ଦେଖିବା ମିଳୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା ପାର୍ଶ୍ଵରେ ଥିବା ଲୋକ ପ୍ରବଳ ଧୂଳି ଯୋଗୁ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ଲୋକ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜନସାଧାରଣଙ୍କ କହିବା ଅନୁଯାୟୀ ରାସ୍ତା ପ୍ରସସ୍ଥ କରିବା ସହିତ ରାସ୍ତା ମରାମତି ହେଲେ ଏହି ଅସୁବିଧାର ସମାଧାନ ହୋଇପାରିବ ।ଏବେ ଦେଖିବାକୁ ବାକିରହିଲା |
