June 24, 2026

ଘର ପୋଡି ବିପନ୍ନ ଙ୍କୁ ସହାୟତା -କଲେ ବ୍ୟାସ ଫାଉଣ୍ଡେସନ

IMG-20260624-WA0055
Share

କଥା ରେ ଅଛି ଘର ପୋଡି ଠୁ ବଡ଼ ବିପଦ ବୋଧ ହୁଏ ଆଉ କିଛି ନାହିଁ।ଏହାକୁ ଯିଏ ନ ଦେଖିଚି ସେ କେବେବି ତାର ଭୟାବହତା କୁ ଅନୁଭବ କରିପାରିବ ନାହିଁ।କୁଜଙ୍ଗ ବ୍ଲକ୍ ବନିକୁନ୍ଦ ଗ୍ରାମ ର ଶଙ୍କର୍ଷଣ ମଲ୍ଲିକ। ତା 24/6/2026

ବିଳମ୍ବିତ ରାତି ରେ ଘରେ ଅଗ୍ନି ସଂଯୋଗ ହେବା ଦ୍ୱାରା ଘରେ ଥିବା ଆସବା ପତ୍ର ଧାନ,ଚାଉଳ,ସାଇକେଲ,ଗାଡ଼ି ଇତ୍ୟାଦି ସବୁକିଛି ପୋଡି ଜଳି ନଷ୍ଟ ହୋଇଯାଇଛି।ପାଖରେ ପିନ୍ଧିବାକୁ ବସ୍ତ୍ର ଟିଏ କିମ୍ବା ଖାଇବାକୁ ଦାନା ଗଣ୍ଡେ ନାହିଁ।ଇଶ୍ୱର ଙ୍କୁ ଅନେକ କୃତଜ୍ଞତା ନିଶାର୍ଦ୍ଧ ରେ ଶୋଇଥିବା ବାପା ମାଆ ପୁଅ ଝିଅ ଚାରିପଟେ ହୁତୁହୁତୁ ହୋଇ ଜଳୁଥିବା କରାଳ ନିଆଁ ରୁ ନିଜକୁ ସୁରକ୍ଷିତ ରଖି ପାରିଛନ୍ତି।ନିଆଁ ର କରାଳ ରୂପ ଏମିତି ଥିଲା ଯେ ଘର ପାଖେ ଥିବା ନଡ଼ିଆ ,ଆମ୍ବ ଗଛ ଇତ୍ୟାଦି ଜଳି ଯାଇଛି।ଏକ ଦିନ ମଜୁରିଆ ଶ୍ରେଣୀ ର ,ପାରାଦ୍ୱୀପ ରେ ପାଇପ୍ କାମ କରି ମାସକୁ ୫-୬ ହଜାର ରୋଜଗାର କରନ୍ତି।ମୁଣ୍ଡ ଗୁଞ୍ଜିବାକୁ ବାପା ଙ୍କ ଅମଳ ରେ ଥିବା ବାଖରାଏ କୋଠା ଘର ନିଆଁ ପୋଡି ପ୍ରଭାବ ରେ ବାହାର କାନ୍ଥ ପ୍ଲାଷ୍ଟର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।ମାନସିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ଶଙ୍କର୍ଷଣ।ଏପରି ସ୍ଥିତି ରେ ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, କୋଷାଧକ୍ଷ ଶରତ କୁମାର ଦାଶ ,ଗଜଲକ୍ଷ୍ମୀ କ୍ଲଥ ଷ୍ଟୋର,ବ୍ୟାସ ବିଷ୍ଣୁ ସ୍ନେହାଳୟ ର ସଭାପତି ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ପ୍ରମୁଖ ଶଙ୍କର୍ଷଣ ଙ୍କ ପରିବାର କୁ ଭେଟି ସ୍ଵନ୍ତନା ଦେବା ସହ କିଛି ଲୁଗା ପଟା, ରାସନ୍ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କଲେ।ଶଙ୍କର୍ଷଣ ଙ୍କ ଏପରି ଦୁର୍ଦ୍ଦିନ ରେ ସହାୟତା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ଙ୍କୁ ଶ୍ରୀମତୀ ଆଚାର୍ଯ୍ୟ ନିବେଦନ କରିଛନ୍ତି

ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର