April 27, 2026

ବୟୋଜ୍ୟେଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରହଲ୍ଲାଦ ଗନ୍ତାୟତ ଙ୍କ ପତ୍ନୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ..

IMG-20251110-WA0020
Share

 

 

ପାରଳାଖେମୁଣ୍ଡି(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ବୟୋଜ୍ୟେଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରହଲ୍ଲାଦ ଗନ୍ତାୟତ ଙ୍କ ଧର୍ମ ପତ୍ନୀବେବାର୍ତ୍ତା ସାହି ନିବାସୀ ବୟୋଜେଷ୍ଠ ଧର୍ମପରାୟଣ ମହିଳା ଶୋଭାବତୀ ଗନ୍ତାୟତଙ୍କ ବିୟୋଗରେ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି. ମୃତ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା. ପୂର୍ବରୁ ତାଙ୍କ କନିଷ୍ଠ ପୁତ୍ର ସମ୍ବାଦର ପାରଳାଖେମୁଣ୍ଡି ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଶୈଳେଶ ଗନ୍ତାୟତ ଙ୍କ ମଧ୍ଯ କିଛି ବର୍ଷ ତଳେ ହୃଦଘାତ ରେ ମୃତ୍ୟୁ ହୋଇଯାଇଥିଲା l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ ପୁଅ ବୋହୁ, ୫ ଝିଅ, ସମସ୍ତ ଜ୍ୱାଇଁ, ନାତି ନାତୁଣୀ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପାରଳାଖେମୁଣ୍ଡି ମହେନ୍ଦ୍ର ତନୟା ନଦୀ ତଟରେ ଥିବା ଶଶ୍ମାନ ଘାଟରେ ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି। ତାଙ୍କର ବଡ଼ ପୁଅ ଲକ୍ଷ୍ମୀ ନାରାୟଣ ଗନ୍ତାୟତ ମୁଖାଗ୍ନି ପ୍ରଦାନ କରିଥିଲେ।ସେ ଅତ୍ୟନ୍ତ ମେଳାପୀ, ପରୋପକାରୀ ଓ ଧର୍ମ ପରାୟଣ ଭାବେ ପରିଚିତା ଥିବାରୁ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।ତାଙ୍କ ମୃତ୍ୟୁ ରେ ବରିଷ୍ଟ ସାମ୍ବାଦିକ ଗରୁଡ ଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଷ ରାଜୁ, ରଶ୍ମିରଞ୍ଜନ ମିଶ୍ର, ବିର କିଶୋର ପଟ୍ଟନାୟକ, ଜଗଦୀଶ ପଣ୍ଡା, ଦେବାଶିଷ ପାଢ଼ୀ, ବିଜୟ ଦାସ, ଗଣେଶ ବିଷୋୟୀ ପ୍ରମୂଖ ଶୋକ ପ୍ରକାଶ କରିଛନ୍ତି l